ଗାଡି ମିଳିଲାନି: ମୃତ ପୁଅକୁ କାନ୍ଧରେ ବୋହିଲେ ବାପାମାଆ

ଗାଡି ମିଳିଲାନି: ମୃତ ପୁଅକୁ କାନ୍ଧରେ ବୋହିଲେ ବାପାମାଆ

ଗାଡି ମିଳିଲାନି: ମୃତ ପୁଅକୁ କାନ୍ଧରେ ବୋହିଲେ ବାପାମାଆ
ଢେଙ୍କାନାଳ : ପୁଣି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲୋକଙ୍କ ମନରୁ ଦାନ ମାଝି ଘଟଣା ଲିଭି ନଥିବ, ତେବେ ସେହିପରି ଆଉ ଏକ ଘଟଣା ଘଟିଯାଇଛି । ମୃତଦେହ ନେବାକୁ ଗାଡି ନମିଳିବାରୁ କାନ୍ଧରେ ବୋହିଲେ ଶବ । ଏହି ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି । ମୃତ ଶିଶୁକୁ ମିଳିଲାନି ଗାଡି; କାନ୍ଧରେ ଶବ ବୋହିଲେ ବାପାମା । ଢେଙ୍କାନାଳ ହସ୍ପିଟାଲରେ ଚିକିତ୍ସାଧୀନ ଶିଶରୁ ମୃତୁ୍ୟ ହୋଇଥିଲା । ମୃତ ଶରୀରକୁ ଆଣିବାକୁ ଗାଡି ଖୋଜିବାରୁ ଗାଡି ମିଳିନଥିଲା । ୧୫ କିମି ଦୂର ଭାଗିରଥିପୁରକୁ ଶବ ନେବା ଲାଗି ଆମ୍ବୁଲାନ୍ସ ମିଳିନଥିଲା । ବାଧ୍ୟ ହୋଇ ବାପାମାଆ ୫ ବର୍ଷର ଶିଶୁକୁ କାନ୍ଧରେ ବୋହିଥିଲେ । କିଛି ବାଟ ଗଲା ପରେ ମାରୱାଡି ଯୁବ ମଂଚ ସହାୟତାରେ ଶବ ଗାଡି ପହଂଚିଥିଲା ।