ଗାନ୍ଧିଙ୍କ ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ କଙ୍ଗନା
ଗାନ୍ଧିଙ୍କ ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ କଙ୍ଗନା
admin
Mar 13, 2021 - 06:25
Updated: Mar 13, 2021 - 06:25
ମହାତ୍ମା ଗାନ୍ଧି ଜଣେ ମହାନ ନେତା ଥିଲେ ମାତ୍ର ଭଲ ସ୍ୱାମୀ ନୁହନ୍ତି । ତାଙ୍କ ସ୍ତ୍ରୀ ଅତିଥି ଶୌଚାଳୟ ସଫା କରିବାକୁ ମନା କରିବାରୁ ସେ ତାଙ୍କୁ ଘରୁ ତଡ଼ି ଦେଇଥିଲେ । ସେ ମଧ୍ୟ ଜଣେ ଭଲ ପିତା ନଥିଲେ ବୋଲି ତାଙ୍କ ପିଲାମାନେ ଅଭିଯୋଗ କରିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଉପରେ ସାମାଜିକ ଗଣମାଧ୍ୟମରେ ଏପରି ବିବାଦୀୟ ବୟାନ ଦେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବଲିଉଡର ବିବାଦୀୟ କ୍ୱିନ କଙ୍ଗନା ରାଣାୱତ । କଙ୍ଗନାଙ୍କ ଏପରି ଟ୍ୱିଟ ପରେ ସାମାଜିକ ଗଣମାଧ୍ୟମରେ ବହୁ ଲୋକ ତାଙ୍କୁ ବିରୋଧ କରିଥିବା ବେଳେ କିଛି ତାଙ୍କ ସମର୍ଥନରେ ବାହାରିଛନ୍ତି । ସୂଚନା ଯୋଗ୍ୟ ଇଂଲଣ୍ଡର ରାଜକୁମାର ହ୍ୟାରି ଓ ତାଙ୍କ ପତ୍ନୀ ମେଘାନ ମାର୍କେଲ ନିକଟରେ ଏକ ସାକ୍ଷାତକାରରେ ରାଣୀ ଏଲିଜାବେଥ-୨ ଓ ତାଙ୍କ ପରିବାର ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଙ୍ଗନା ସାମାଜିକ ଗଣମାଧ୍ୟମରେ ପୁରୁଷ ଜାତି ଉପରେ ବର୍ଷିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ମହାତ୍ମାଙ୍କ ସମ୍ପର୍କରେ ଏପରି ବିବାଦୀୟ ବୟାନ ଦେଇଛନ୍ତି । ଅପରପକ୍ଷେ କଙ୍ଗନା ବି୍ରଟେନର ରାଣୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ସହ ତାଙ୍କୁ ରାଣୀର ମର୍ଯ୍ୟାଦା ସହ ଅବସର ଦିଆଯାଉ ବୋଲି ନିବେଦନ କରିଛନ୍ତି ।