ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ଆମେ ଗୃହ ଚଳାଇ ଦେବୁନି : ବାହିନୀପତି

ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ଆମେ ଗୃହ ଚଳାଇ ଦେବୁନି : ବାହିନୀପତି

ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ଆମେ ଗୃହ ଚଳାଇ ଦେବୁନି : ବାହିନୀପତି
ଭୁବନେଶ୍ୱର: ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀମାନେ ୱେଲ ଭିତରକୁ ଆସିବା ପ୍ରଥମ ଘଟଣା ବୋଲି ଗୃହ ବାହାରେ ଶ୍ରୀ ବାହିନୀପତି ନିଜ ପ୍ରତିକ୍ରିୟା ରଖି କହିଛନ୍ତି । ଏହି ଅବସରରେ ସେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଓ ନବ ଦାସଙ୍କ ନାମ ନେଇଛନ୍ତି । ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ଆମେ ଗୃହ ଚଳାଇ ଦେବୁନି ବୋଲି ଶ୍ରୀ ବାହିନୀପତି କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଆମେ ଆତ୍ମହତ୍ୟା ଧମକ ଦେଇଛୁ । ମାତ୍ର ଉଦ୍ୟମ କରିନୁ । ଏହା ଠିକ ନୁହେଁ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ପ୍ରକାଶ ଯେ, ମଣ୍ଡି ଅବ୍ୟବସ୍ଥାକୁ ନେଇ ତୁମୁଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଗୃହରେ ମଧ୍ୟଭାଗରେ ହାଲାବୋଲ ଓ ନାରାବାଜି ଯୋଗୁଁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ସାଢେ଼ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି । ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହାଲାବୋଲ କରିଥିଲେ । ସ୍ଲୋଗାନବାଜିରେ ଗୃହ କମ୍ପି ଉଠିଥିଲା । ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରିଥିଲେବି ବିରୋଧୀଙ୍କ ତୁମୁଳ ହଟ୍ଟଗୋଳ ଯୋଗୁଁ ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଗୃହକାର୍ଯ୍ୟକୁ ଅପରାହ୍ନ ସାଢେ଼ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖି ଦିଆଯାଇଥିଲା ।