ଗୁଜରାଟର ୪ ପ୍ରମୁଖ ସହରକୁ ଫେରିଛି ନାଇଟ କର୍ଫୁ୍ୟ

ଗୁଜରାଟର ୪ ପ୍ରମୁଖ ସହରକୁ ଫେରିଛି ନାଇଟ କର୍ଫୁ୍ୟ

ଗୁଜରାଟର ୪ ପ୍ରମୁଖ ସହରକୁ ଫେରିଛି ନାଇଟ କର୍ଫୁ୍ୟ
ଗୁଜୁରାଟ: ଗୁଜରାଟର ୪ ପ୍ରମୁଖ ସହରକୁ ଫେରିଛି ନାଇଟ କର୍ଫୁ୍ୟ । ଅହମ୍ମଦାବାଦ, ସୁରତ, ଭଡୋଦରା ଏବଂ ରାଜକୋଟରେ ନାଇଟ କର୍ଫୁ ଜାରି କରାଯାଇଛି । ରାତି ୧୦ ରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଜାରି କରାଯାଇଛି ଏବଂ ଏହା ଆଜି ଠାରୁ ଲାଗୁ କରାଯାଇଛି । ନାଇଟ କର୍ଫୁ୍ୟ ପାଇଁ ବିନା ଦର୍ଶକରେ ହେବ ଆଜିର ଟି-୨୦ ମ୍ୟାଚ । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଏବେ କରୋନା ଯୋଗୁଁ ଦେଶକୁ ଏପରି ଅନୁଭୂତ ହେଲାଣୀ ଯେ କରୋନାର ଦ୍ୱିତୀୟ ଲହରୀ ଯେପରି ମାଡି ଆସୁଛି । କରେନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଗୁଜରାଟରେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ମାଡି ଆସିଲା ପରି ଲାଗୁଛି । ପ୍ରତିଦିନ ଏବେ ଗୁଜୁରାଟରେ ସଂକ୍ରମିତ ସଂଖ୍ୟା ବଢି ବଢି ଚାଲିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ନାଇଟ କର୍ଫୁ ଲାଗୁ କରାଯାଇଛି ।