ଗୁଳିମାଡରେ ୨ ଗୁରୁତର

ଗୁଳିମାଡରେ ୨ ଗୁରୁତର

ଗୁଳିମାଡରେ ୨ ଗୁରୁତର
ଭୁବନେଶ୍ୱର:ସୁନ୍ଦରଗଡ ବଡ ଗାଁ ବସଷ୍ଟାଣ୍ଡରେ ନିକଟରେ ଗୁଳିମାଡ ହୋଇଛି । ଏହି ଗୁଳିମାଡ ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିିଛି । ଗହଣା ଦୋକାନୀ ପୁଅଙ୍କୁ ୨ ରାଉଣ୍ଡ ଗୁଳି କରି ଦୁର୍ବୃତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବାଇକରେ ୩ ଜଣ ଦୁର୍ବୃତ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି । ଦୁର୍ବୃତମାନେ ଗୁଳିମାଡ କରିବା ଫଳରେ ଗହଣା ଦୋକନୀ ପୁଅଙ୍କ ମୁଣ୍ଡ ଓ ପେଟରେ ଗୁଳି ବାଜିଛି । ଗହଣା ଦୋକନୀ ପୁଅକୁ ବଂଚାଇବାକୁ ଆସିଥିବା ଅନ୍ୟ ଜଣଙ୍କୁ ମଧ୍ୟ ଦୁର୍ବୃତଙ୍କ ଗୁଳିମାଡ ବାଜିଥିଲା । ଗୁଳିମାଡରେ ସେହି ୨ ଜଣ ଗୁରୁତରଙ୍କୁ ରାଉଲକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ଜବତ ହୋଇଛି । ଗୁଳିମାଡ କରି ଦୃର୍ବୁତମାନେ ସମସ୍ତେ ଫେରାର ହୋଇଯାଇଛନ୍ତି । ଗୁଳିମାଡ କରିବାର କୌଣସି ସ୍ପଷ୍ଟ କାରଣ ସୂଚନା ମିଳିନାହିଁ ।