ଗୋଟିଏ କଲେଜର ୧୦ ଟପ୍ପର୍ସଙ୍କ ମାର୍କ ସମାନ

ଗୋଟିଏ କଲେଜର ୧୦ ଟପ୍ପର୍ସଙ୍କ ମାର୍କ ସମାନ

ଗୋଟିଏ କଲେଜର ୧୦ ଟପ୍ପର୍ସଙ୍କ ମାର୍କ ସମାନ
ଭୋପାଳ: ମଧ୍ୟପ୍ରଦେଶର ବ୍ୟାବସାୟିକ ଶିକ୍ଷା ମଣ୍ଡଳ (ବ୍ୟାପମ) ଦ୍ୱାରା ପରିଚାଳିତ କୃଷି ବିକାଶ ଅଧିକାରୀ ପଦ ପାଇଁ ଅନୁଷ୍ଠିତ ପରୀକ୍ଷାରେ ୧୦ ଜଣ ଟପ୍ପର୍ସ ସମାନ ନମ୍ବର ରଖିଛନ୍ତି । କେବଳ ସେତିକି ନୁହେଁ ସେମାନେ ସମସ୍ତେ ଉତ୍ତର ଖାତାରେ ଗୋଟିଏ ପ୍ରକାର ତ୍ରୁଟି କରିଛନ୍ତି । ଏହି ସମସ୍ତ ପରୀକ୍ଷାର୍ଥୀଙ୍କ ଘର ଚମ୍ବଲ ଅଞ୍ଚଳରେ । ପୂର୍ବରୁ ଏହି ୧୦ ଜଣ ହିଁ ଗୋଟିଏ କଲେଜରୁ ବିଏସସି ପାସ କରିଥିଲେ । ରାଜ୍ୟ କୃଷି ବିଭାଗ ଏହାକୁ ଏକ ସଂଯୋଗ ବୋଲି କହୁଥିବା ବେଳେ ପରୀକ୍ଷାର୍ଥୀମାନେ ଉକ୍ତ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଗତ ଫେବୃୟାରୀ ୧୦ ଓ ୧୧ ରେ ବ୍ୟାପମ ପକ୍ଷରୁ ଉପରୋକ୍ତ ପଦ ପାଇଁ ପରୀକ୍ଷା କରାଯାଇଥିଲା । ୧୭ ତାରିଖରେ ଉତ୍ତର ପତ୍ର ସହ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ନାମ ତାଲିକା ପ୍ରକାଶ ପାଇଥିଲା । ଆଶ୍ଚର୍ଯ୍ୟର କଥା ସାଧାରଣ ଜ୍ଞାନ ପ୍ରଶ୍ନପତ୍ରରେ ଟପ୍ପର ହୋଇଥିବା ଉକ୍ତ ୧୦ ଜଣ ସମାନ ମାର୍କ ରଖିଛନ୍ତି । ଟପ୍ପର୍ସଙ୍କ ମଧ୍ୟରୁ ଜଣେ ଯେଉଁ ପ୍ରଶ୍ନର ଉତ୍ତର ଭୁଲ କରିଛନ୍ତି ଅନ୍ୟ ୯ ଜଣ ମଧ୍ୟ ଉକ୍ତ ପ୍ରଶ୍ନର ଉତ୍ତର ଭୁଲ ଲେଖିଛନ୍ତି । ଟପ୍ପର୍ସଙ୍କ ମଧ୍ୟରୁ ଜଣକର ଜ୍ଞାନ ଆଦୌ ଭଲ ନୁହେଁ । ସମ୍ପୃକ୍ତ ଛାତ୍ର ଜଣକ ଏହି ପରୀକ୍ଷାର ଗଣିତ ବିଷୟରେ ପୂରା ମାର୍କ ରଖିଛନ୍ତି । ତେବେ ଏହି ଛାତ୍ର ଜଣକ ବିଏସସି ପଢ଼ୁଥିବା ବେଳେ ଗଣିତରେ ୪ ଥର ଫେଲ ହୋଇଥିଲେ ଓ ବିଏସି ଡିଗ୍ରୀ ପୂରା କରିବାକୁ ତାଙ୍କୁ ୮ ବର୍ଷ ସମୟ ଲାଗିଥିଲା । ଏଣୁ ବ୍ୟାପମ ଦ୍ୱାରା ପରିଚାଳିତ ଉକ୍ତ ପରୀକ୍ଷାରେ ଦୁର୍ନୀତି କରାଯାଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ସମସ୍ତ ୧୦ ଜଣ ଟପ୍ପର୍ସ ‘ରୟାଲ ଆଗି୍ରକଲଚର କଲେଜ’ ଗ୍ୱାଲିୟରରେ ପଢ଼ୁଥିଲେ ।