ଘରେ ବସି ପାଇବେ ଏସସିବି ଆଉଟ୍ଡୋର ଟିକେଟ
ଘରେ ବସି ପାଇବେ ଏସସିବି ଆଉଟ୍ଡୋର ଟିକେଟ

କଟକ: ଏସସିବି ମେଡ଼ିକାଲ ଆସୁଥିବା ରୋଗୀଙ୍କ ପାଇଁ ଖୁସି ଖବର । ଏଣିକି ଆଉ ଘଣ୍ଟା ଘଣ୍ଟା ଧରି ଆଉଟ୍ଡୋର ଟିକେଟ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ଏସସିବିରେ ଆରମ୍ଭ ହେଲା ବର୍ହିବିଭାଗ ଅନଲାଇନ ସ୍ଲଟ୍ ବୁକିଂ ବ୍ୟବସ୍ଥା । ରୋଗୀ ଘରେ ବସି ଯେ କୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜୀକରଣ କରିପାରିବ । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ରୋଗୀ ଓ ସମ୍ପକୀୟ ।
www.eswasthya.odisha.gov.inଲିଙ୍କ୍ ମାଧ୍ୟମରେ ପଞ୍ଜୀକରଣ କରି ସିଧାସଳଖ ଆଉଟ ଡୋର ଟିକେଟର ପ୍ରିଣ୍ଟ ବାହାରକରି ପାରିବେ । ଆଉ ସେହି ପ୍ରିଣ୍ଟକୁ ଧରି ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ପାରିବେ । ଏସସିବି ମେଡିକାଲର ଆଉଟଡୋର ଟିକେଟ କାଉଣ୍ଟରରେ ଲୋକମାନଙ୍କୁ ସୁବିଧା ପ୍ରଦାନ କରିବା ସହ ଭିଡ କମ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।