ବିଦାୟ ନେଲେ ପଦ୍ମଶ୍ରୀ ରଜତ କର

ବିଦାୟ ନେଲେ ପଦ୍ମଶ୍ରୀ ରଜତ କର

ବିଦାୟ ନେଲେ ପଦ୍ମଶ୍ରୀ ରଜତ କର

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ରଜତ କର । ପୁରୀ ସ୍ଵର୍ଗଦ୍ୱାରରେ ସମ୍ପନ୍ନ ହେଲା ରଜତ କରଙ୍କ ଅନ୍ତିମ ସଂସ୍କାର । ଗାର୍ଡ ଅଫ ଅନର ସହ ବିଦାୟ ନେଇଛନ୍ତି ପଦ୍ମଶ୍ରୀ ରଜତ କର । ବଡ଼ ପୁଅ ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି । ଶେଷକୃତ୍ୟ ପୂର୍ବରୁ ନୟାପଲ୍ଲୀସ୍ଥିତ ରଜତ କର ବାସଭବନରେ ଶେଷ ଦର୍ଶନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ ଲାଗିଥିଲା।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ବହୁ ମାନ୍ୟବ୍ୟକ୍ତି ମଧ୍ୟ ଶେଷ ଦର୍ଶନ କରିଥିଲେ । ଅନ୍ତିମ ସଂସ୍କାର ସମୟରେ ସ୍ବର୍ଗଦ୍ବାର ଲୋକାରଣ୍ୟ ହୋଇଯାଇଥିଲା । ପଦ୍ମଶ୍ରୀ ରଜତ କରଙ୍କ ମୃତ୍ୟୁ ଓଡିଶା କଳା ସଂସ୍କୃତି କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ସମସ୍ତ ମହଲରେ ଚର୍ଚ୍ଚା ।ରଜତକର ଏକାଧାରରେ ଜଣେ ସାହିତ୍ୟିକ, ଭାଷ୍ୟକାର, ବ୍ୟାଖାକାର ଥିଲେ । ଜଗନ୍ନାଥ ସଂସ୍କୃତିର ଗବେଷକ ଓ ଭଞ୍ଜ ସାହିତ୍ୟର ସେ ଜଣେ ବିଶିଷ୍ଠ ବ୍ୟାଖାକାର ଥିଲେ । ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୨୦୨୧ରେ ସେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିଲେ ।