ଚା ଦୋକାନ ପାଇଁ ଆଇଏଏସ ସ୍ୱପ୍ନ ଛାଡ଼ିଥିଲେ ଏହି ବ୍ୟକ୍ତି

ଚା ଦୋକାନ ପାଇଁ ଆଇଏଏସ ସ୍ୱପ୍ନ  ଛାଡ଼ିଥିଲେ  ଏହି ବ୍ୟକ୍ତି

ମଧ୍ୟପ୍ରଦେଶ : କୈାଣସି କାମ ଛୋଟ ବା ବଡ଼ ନୁହେଁ । ମନ ଦେଇ କାମ କଲେ ସଫଳତା ନିଶ୍ଚୟ ମିଳେ । ଏହାର ସଦ୍ୟ ଉଦାହରଣ ଅନୁଭବ ଦୁବେ ଓ ଆନନ୍ଦ ନାୟକ । ଯାହା ଯୁବ ପିଢିଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଛି । ଅନୁଭବ ଉଚ୍ଚ ଶିକ୍ଷା ପାଇଁ  ଇନେ୍ଦାର ଯାଇଥିଲେ । ସେଠାରେ ତାଙ୍କର ଭେଟ ହୁଏ ଆନନ୍ଦଙ୍କ ସହ । କିଛି ଦିନ ପରେ ଆନନ୍ଦ ପଢା ଛାଡ଼ି ବ୍ୟବସାୟ ଆରମ୍ଭ କଲେ । ଅନୁଭବ ୟୁପିଏସସି ଲାଗି ଦିଲ୍ଲୀ ଗଲେ । କିଛିଦିନ ପରେ ଆନନ୍ଦଙ୍କ ବ୍ୟବସାୟ ଭଲ ଚାଲୁନି ଓ ମିିଳିତ ହୋଇ କିଛି କରିବା ବୋଲି ସେ ଅନୁଭବଙ୍କୁ ଜଣାଇଲେ । ଅନୁଭବ ମଧ୍ୟ ବ୍ୟବସାୟ କରିବାକୁ ଚାହୁଁଥିଲେ । ଅନେକ ଆଲୋଚନା ପରେ ଯୁବବର୍ଗଙ୍କୁ ନଜରରେ ରଖି ଚା ଦୋକାନ ଖୋଲିବାକୁ ନିଷ୍ପତ୍ତ ନେଲେ ।

୨୦୧୬ ରେ ଉଭୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଭଡ଼ାଘର ନେଇ ସାଦାସିଧା ଭାବେ ଇନେ୍ଦାରରେ ଚା ଦୋକାନ ଆରମ୍ଭ କଲେ । ଚା ଦୋକାନର ନାଁ ‘ଚାୟ ସୁଟା ବାର୍’ ରଖିଲେ । ତେବେ ଏହା ଏତେ ସହଜ ନଥିଲା । ଏଥିପାଇଁ ଅନୁଭବଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ୟୁପିଏସସି ପ୍ରସ୍ତୁତି ସିଧା ଚା ଦୋକାନ ବ୍ୟବସାୟ କରିବା କଥାକୁ ନେଇ ଅନେକ କଥା ଶୁଣିବାକୁ ମଧ୍ୟ ପଡ଼ିଛି । ଧିରେ ଧିରେ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢିଲା ଓ ବ୍ୟବସାୟ ଭଲ ଚାଲିଲା । ଇଂଟରନେଟ ଜରିଆରେ ଲୋକପ୍ରିୟତା ବଢିବାରେ ଲାଗିଲା । ଏବେ ତାଙ୍କର ବାର୍ଷିକ ଆୟ ୧୦୦ କୋଟିରୁ ଅଧିକ । ଦେଶର ୧୫ଟି ରାଜ୍ୟରୁ ତାଙ୍କର ୧୬୫ ରୁ ଅଧିକ ଆଉଟଲେଟ ରହିଛି । ବିଦେଶରେ ମଧ୍ୟ ୫ ଆଉଟଲେଟ ଖୋଲିଛି । ଚାୟ ସୁଟା ବାରରେ ୧୦ ଟଙ୍କାରୁ ୧୫୦ ଟଙ୍କା  ଚା ମିଳୁଛି ।