ଚର୍ଚ୍ଚରେ ୧୭୫ ଶିଶୁଙ୍କୁ ଯୌନ ଶୋଷଣ

ଚର୍ଚ୍ଚରେ ୧୭୫ ଶିଶୁଙ୍କୁ ଯୌନ ଶୋଷଣ

ଚର୍ଚ୍ଚରେ ୧୭୫ ଶିଶୁଙ୍କୁ ଯୌନ ଶୋଷଣ
ମେକ୍ସିକୋସିଟି : ମେକ୍ସିକୋର ଏକ ରୋମାନ କ୍ୟାଥଲିକ ଚର୍ଚ୍ଚର ଜଣେ ପାଦ୍ରୀଙ୍କ ଦ୍ୱାରା ୧୭୫ ଜଣ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଲିକିଓନାରିକ ଅଫ ଖ୍ରୀଷ୍ଟ ଚର୍ଚ୍ଚର ପ୍ରତିଷ୍ଠାତା ମାର୍ସିଆଲ ମେସିଲ ୬୦ ଜଣ ଶିଶୁଙ୍କୁ ଯୌନ ଶୋଷଣ କରି ଆସୁଥିଲେ । ୧୯୪୧ ମସିହାରୁ ଏହି ଚର୍ଚ୍ଚରେ ଶିଶୁଙ୍କ ସହ ଦୁଷ୍କର୍ମ କରାଯାଇ ଆସୁଛି ବୋଲି ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ୧୯୪୧ ରୁ ୨୦୧୯ ଡିସେମ୍ବର ୧୬ ତାରିଖ ମଧ୍ୟରେ ମୋଟ ୧୭୫ ଜଣ ଶିଶୁଙ୍କୁ ଯୌନ ଶୋଷଣ କରାଯାଇଛି ବୋଲି ଏଡ୍ୱାର୍ଡ ରବଲେସ ଗିଲ୍ ଏହି ତଥ୍ୟ ପ୍ରକାଶ କରିଛନ୍ତି । ଚର୍ଚ୍ଚରେ ଯୌନ ଶୋଷଣର ଶିକାର ହୋଇଥ ôବା ଶିଶୁମାନଙ୍କ ବୟସ ୧୧ ରୁ ୧୬ ବର୍ଷ ବୟସ ମଧ୍ୟରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହି ଚର୍ଚ୍ଚର ପ୍ରତିଷ୍ଠାତା ମେସିଲଙ୍କର ୨୦୦୮ ରେ ମୃତୁ୍ୟ ହେବା ପୂର୍ବରୁ ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା । ସେ ମୁଖ୍ୟତଃ ନାବାଳକଙ୍କୁ ଯୌନ ଶୋଷଣ କରିଆସୁଥିଲେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।