ଚାଇନା ମିଟର ବର୍ଜନ ଅଭିଯାନ ଆରମ୍ଭ କଲେ ଯୋଗୀ ସରକାର ।

ଚାଇନା ମିଟର ବର୍ଜନ ଅଭିଯାନ ଆରମ୍ଭ କଲେ ଯୋଗୀ ସରକାର ।

ଚାଇନା ମିଟର ବର୍ଜନ ଅଭିଯାନ ଆରମ୍ଭ କଲେ ଯୋଗୀ ସରକାର ।
ଗଲୱାନାରେ ଚୀନ ସେନା ଆକ୍ରମଣରେ ଭାରତର ୨୦ ଜଣ ଯବାନ ସହିଦ ହେବା ପରେ ଭାରତର ଚୀନ ବିରୋଧୀ ମନୋଭାବ ବୃଦ୍ଧି ପାଇଛି । ଦେଶର ବିଭିନ୍ନ ଭାଗରେ ଚୀନ ନିର୍ମିତ ସାମଗ୍ରୀର ବର୍ଜନ କରିବାକୁ ଅଭିଯାନ ଆରମ୍ଭ କରାଯାଉଛି । ଏହି କ୍ରମରେ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ବିଦୁ୍ୟତ ବିଭାଗ ଦ୍ୱାରା ଚାଇନା ମିଟର ବ୍ୟବହାର କରାଯିବା ଉପରେ ରୋକ ଲଗାଇଛନ୍ତି । ସେହିପରି କେତେ ସଂଖ୍ୟକ ଚାଇନା ମିଟର କିଣିବାକୁ ପୂର୍ବରୁ ଅର୍ଡର ଦିଆଯାଇଥିଲା ଏବଂ କେତେ କମ୍ପାନୀଙ୍କୁ ଏଥିପାଇଁ ଠିକା ଦିଆଯାଇଛି । ସେ ସମ୍ପର୍କିତ ତଥ୍ୟ ଯୋଗାଇବାକୁ ବି ସରକାର ବିଦୁ୍ୟତ ବିଭାଗକୁ କହିଛନ୍ତି ।