ଚାଷୀ ଆନେ୍ଦାଳନ ପଛରେ ଚୀନ ଓ ପାକିସ୍ତାନର ହାତ : ବିଜେପି ମନ୍ତ୍ରୀ

ଚାଷୀ ଆନେ୍ଦାଳନ ପଛରେ ଚୀନ ଓ ପାକିସ୍ତାନର ହାତ : ବିଜେପି ମନ୍ତ୍ରୀ

ଚାଷୀ ଆନେ୍ଦାଳନ ପଛରେ ଚୀନ ଓ ପାକିସ୍ତାନର ହାତ : ବିଜେପି ମନ୍ତ୍ରୀ
ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ବିରୋଧ କରି ଦେଶବ୍ୟାପୀ ଚାଷୀ ଆନେ୍ଦାଳନ ୧୫ ଦିନରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ଜନୈକ ବିଜେପି କେନ୍ଦ୍ରମନ୍ତ୍ରୀ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ଦେଶବ୍ୟାପୀ ଦେଖାଦେଇଥିବା ଚାଷୀ ଆନେ୍ଦାଳନ ପଛରେ ଚୀନ ଓ ପାକିସ୍ତାନର ହାତ ରହିଛି ବୋଲି ବିଜେପି କେନ୍ଦ୍ରମନ୍ତ୍ରୀ ରାଓ ସାହେବ ଦାନଭେ ମତ ଦେଇଛନ୍ତି । ଖାଉଟି କଲ୍ୟାଣ ବିଭାଗର କେନ୍ଦ୍ରମନ୍ତ୍ରୀ ଥିବା ଦାନଭେଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ସମାଲୋଚନାର ଶରବ୍ୟ ହୋଇଛି । ପୂର୍ବରୁ ଏହି ଶକ୍ତି ମାନେ ଦେଶର ମୁସଲିମ ଭାଇ ଭଉଣୀଙ୍କୁ ସିଏଏ ଏବଂ ଏନଆରସି ନାମରେ ଉତ୍ତେଜିତ କରୁଥିଲେ । ବର୍ତ୍ତମାନ ମଧ୍ୟ ଚାଷୀ ମାନଙ୍କୁ ଭୁଲ ସୂଚନା ପ୍ରଦାନ କରାଯାଇ ବିଭେଦ ସୃଷ୍ଟିର ପ୍ରୟାସ କରାଯାଉଛି । ତେବେ ଆସନ୍ତା ଦିନରେ ପ୍ରତିପକ୍ଷ ରାଷ୍ଟ୍ରଙ୍କ ଏହି ଉଦ୍ୟମ ବିଫଳ ହେବ ବୋଲି ଦାନଭେ କହିଛନ୍ତି । ମହାରାଷ୍ଟ୍ରର ଜଲନା ଜିଲ୍ଲାର କୋଲ୍ଟେ ଟାକିଲ ତାଲୁକାରେ ଏକ ଡାକ୍ତରଖାନା ଉଦଘାଟନ ଅବସରରେ ଦାନଭେ ଏହି ବୟାନ ଦେଇଛନ୍ତି । ଦାନଭେଙ୍କ ଏହି ବୟାନକୁ ଶିବସେନା ପକ୍ଷରୁ ସମାଲୋଚନା କରାଯାଇଛି । ମହାରାଷ୍ଟ୍ରରେ କ୍ଷମତା ହରାଇ ବିଜେପିର ଶୀର୍ଷସ୍ତରୀୟ ନେତା ମାନେ ପାଗଳ ହୋଇ ଯାଇଛନ୍ତି ବୋଲି ଶିବସେନା ମୁଖପାତ୍ର ଅରବିନ୍ଦ ସାୱନ୍ତ ପ୍ରକାଶ କରିଛନ୍ତି । ବିୁଜେପି ନେତା ମାନେ କଣ କହୁଛନ୍ତି ତାହା ଜାଣି ପାରୁ ନାହାନ୍ତି ବୋଲି ସାୱନ୍ତ କହିଛନ୍ତି । ସେହିପରି ଯଦି ଦେଶର ଅନ୍ନଦାତା କୃଷକ ମାନଙ୍କୁ ପଡୋଶୀ ଦେଶ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରାଯାଊ । ଦୁଇ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏବଂ ଚୀନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରାଯାଉ ବୋଲି ଶିବସେନାର ପ୍ରମୁଖ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମତ ଦେଇଛନ୍ତି ।