ଜଳେଶ୍ୱର ଥାନା ଖୁଲୁଡା ଅଞ୍ଚଳରେ ବିବାହିତାଙ୍କୁ ୨୧ ଦିନ ଧରି ଦୁଷ୍କର୍ମ

ଜଳେଶ୍ୱର ଥାନା ଖୁଲୁଡା ଅଞ୍ଚଳରେ ବିବାହିତାଙ୍କୁ ୨୧ ଦିନ ଧରି ଦୁଷ୍କର୍ମ

ଜଳେଶ୍ୱର ଥାନା ଖୁଲୁଡା ଅଞ୍ଚଳରେ ବିବାହିତାଙ୍କୁ ୨୧ ଦିନ ଧରି ଦୁଷ୍କର୍ମ
ଭାପୁର: ବାଲେଶ୍ୱରର ଜଳେଶ୍ୱର ଥାନା ଖୁଲୁଡା ଅଞ୍ଚଳରୁ ୫ ବର୍ଷର କନ୍ୟା ସନ୍ତାନ ଥିବା ଜଣେ ମହିଳାଙ୍କୁ ଏକ ଦାମୀ କାରରେ ଉଠାଇ ଆଣି ଏକ ହାଇୱା ଟ୍ରକ କ୍ୟାବିନରେ ରଖି ୨୧ ଦିନ ଧରି ଦୁଷ୍କର୍ମ କରାଯାଇଥିବା ନେଇ ଫତେଗଡ ଥାନାରେ ଅଭିଯୋଗ ହୋଇଛି । ଖବର ପାଇବା ପରେ ଅପହୃତା ମହିଳାଙ୍କୁ ତାଙ୍କ ସ୍ୱାମୀ ଫତେଗଡ ଥାନାରୁ ଆସି ନେଇଯାଇଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ଫତେଗଡ ଥାନା ସୂତ୍ରରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଏକ କଲେଜ ନିକଟରେ ଜନୈକା ୨୫ ବର୍ଷୀୟା ମହିଳା (ଛଦ୍ମନାମ ମମତା) ତାଙ୍କ ସ୍ୱାମୀ, ୫ ବର୍ଷର କନ୍ୟା ଓ ଭଉଣୀ ସହ ଭଡାରେ ରହୁଛନ୍ତି । ମମତା ଉକ୍ତ କଲେଜର ଯୁକ୍ତ ୩ ପଢ଼ୁଛନ୍ତି । ଗତ ୨୪ ତାରିଖ ଦିନ ମମତା କିଛି କାଗଜପତ୍ର ଜେରକ୍ସ କରିବା ପାଇଁ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଉଥିବା ସମୟରେ ଗୋଟିଏ ବଲୋରୋ ମମତାଙ୍କ ନିକଟରେ ଆସି ଅଟକିବା ସହ ଆଗକୁ ଯିବା ପାଇଁ ରାସ୍ତା ପଚାରିଥିଲେ । କାର ଆଗରେ ବସିଥିବା ବ୍ୟକ୍ତି ମମତାଙ୍କୁ ପଚାରୁଥିବା ବେଳେ ପଛ ସିଟରେ ବସିଥିବା ବ୍ୟକ୍ତି ଜଣକ ହଠାତ ଗାଡିର ଡୋର ଖୋଲିଦେବାରୁ ତାହା, ମମତାଙ୍କ ମୁଣ୍ଡରେ ମାଡ ହୋଇଥିଲା ଓ ସେ ତଳେ ପଡିଯାଇଥିଲେ ଓ ଅଚେତ ହୋଇଯାଇଥିଲେ । ଏହା ପରେ ସେମାନେ ତାଙ୍କୁ କାରରେ ଉଠାଇ ନେଇ ଚାଲିଯାଇଥିଲେ । ଚେତା ଫେରିଲା ପରେ ସେ ନିଜ ଦେହରେ ପୋଷାକ ନଥିବା ଦେଖିବା ସହିତ ଏକ ଟ୍ରକ କ୍ୟାବିନରେ ନିଜକୁ ଆବିଷ୍କାର କରିଥିଲେ । ଏହି ଘଟଣା ଦେଖି ସେ ଡାକ ପକାଇଥିବାରୁ ୨୫ ରୁ ୩୦ ବର୍ଷ ବୟସ ମଧ୍ୟରେ ଦୁଇ ଜଣ ଯୁବକ ତାଙ୍କ ନିକଟକୁ ଆସି ସେମାନଙ୍କ କଥା ମାନିବାକୁ କହିଥିଲେ ଏବଂ ସେମାନଙ୍କ କଥା ନ ମାନିଲେ ମାରିଦେବେ ବୋଲି ଧମକ ଦେଇଥିଲେ । ସେମାନଙ୍କ କଥା ଶୁଣି ମମତା ଭୟରେ କିଛି କହିନଥିଲେ । ପରବର୍ତ୍ତୀ ସମୟରେ ଏହି ଦୁଇ ଯୁବକ ତାଙ୍କୁ ବହୁ ବାର ଦୁଷ୍କର୍ମ କରିଥିଲେ । ଏହି ଦୁଇ ଯୁବକ ଟ୍ରକ କ୍ୟାବିନ ଡୋର ବନ୍ଦ କରି ନିକଟସ୍ଥ ହୋଟେଲକୁ ଖାଇବାକୁ ଯାଇଥିଲେ । ତେବେ ଗୋଟିଏ ଡୋର ଲକ ହୋଇନଥିବା ଜାଣିପାରି ମମତା ଟ୍ରକରୁ ଓହ୍ଲାଇ ଖସି ଯାଇଥିଲେ । ବିଲ ମଧ୍ୟରେ ଚାଲିଚାଲି ବୋଲଗଡ ଷ୍ଟେସନ ଦେଇ ପ୍ରାୟ ୫ କିମି ପରେ ଜଣକ ଘରର କବାଟ ଖୋଲିଥିବା ଦେଖି ସାହାଯ୍ୟ ପାଇଁ ନିବେଦନ କରିଥିଲେ ଏବଂ ତାଙ୍କ ଘରେ ଆଶ୍ରୟ ନେଇଥିଲେ । ଏ ସଂକ୍ରାନ୍ତରେ ମମତା ଫତେଗଡ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରାସାଦ ଫାଣ୍ଡି ଏବଂ ପରେ ଫତେଗଡ ଥାନରେ ଅଭିଯୋଗ କରିଥିଲେ । ଫତେଗଡ ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ପାଇ ଜଳେଶ୍ୱର ଥାନା ପୁଲିସ ମମତାଙ୍କ ସ୍ୱାମୀ, ତାଙ୍କ ବାପାମାଆ ତଥା ପରିବାର ବର୍ଗ ଫତେଗଡ ଥାନାକୁ ଆସି ମହିଳାଙ୍କୁ ଫେରାଇ ନେଇଛନ୍ତି ।