ଜାଣନ୍ତୁ କେଉଁ ଫୁଲ, କେଉଁ ଦେବଦେବୀଙ୍କ ପୂଜାରେ ହୋଇଥାଏ ବାରଣ

ଜାଣନ୍ତୁ କେଉଁ ଫୁଲ, କେଉଁ ଦେବଦେବୀଙ୍କ ପୂଜାରେ ହୋଇଥାଏ ବାରଣ

ଜାଣନ୍ତୁ କେଉଁ ଫୁଲ, କେଉଁ ଦେବଦେବୀଙ୍କ ପୂଜାରେ ହୋଇଥାଏ ବାରଣ

ଫୁଲ ହେଉଛି ଭଗବାନଙ୍କର ଏକ ଅମୂଲ୍ୟ ସୃଷ୍ଟି । ଫୁଲ ଏମିତି ଏକ ଜିନିଷ ଯାହା ଦେଖିଲେ ମନକୁ ଶାନ୍ତି ମିଳିଥାଏ । ସନାତନ ଧର୍ମରେ କୁହାଯାଇଛି ଯେ ଫୁଲ ବିନା ପୂଜା ଅସମ୍ପୂର୍ଣ୍ଣ । ଫୁଲକୁ ଦେବାଦେବୀଙ୍କ ପୂଜା ପାଇଁ ବ୍ୟବହାର କରିବା ସର୍ବୋତ୍ତମ ବୋଲି କୁହାଯାଏ । ଏହାକୁ ପୂଜାରେ ବ୍ୟବହାର କଲେ ଦେବାଦେବୀ ମାନେ ଖୁସି ହୁଅନ୍ତି । ଫୁଲରେ ପୂଜା କରିବା ଦ୍ୱାରା ଫୁଲର ସୁଗନ୍ଧ ଘରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ । ହେଲେ କିଛି ଫୁଲକୁ ପୂଜା କରିବା ପାଇଁ ବାରଣ କରାଯାଇଥାଏ । ସେହି ଫୁଲକୁ ପୂଜାରେ ବ୍ୟବହାର କରିବା ଦ୍ୱାରା, ତାହା ଦେବାଦେବୀ ମାନଙ୍କୁ କ୍ରୋଧିତ କରିପାରେ । ଯେମିତିକି,

-ଭଗବାନ ରାମଙ୍କୁ କେବେବି କନିଅର ଫୁଲରେ ପୂଜା କରିବା ଉଚିତ୍ ନୁହେଁ । ଏହା ଦ୍ୱାରା ଭଗବାନ ରାମ କ୍ରୋଧିତ ହୋଇପାରନ୍ତି ।

-ମା ପାର୍ବତୀଙ୍କ ପାଖରେ କେବେବି ଅରଖ ଫୁଲ ଅର୍ପଣ କରନ୍ତୁ ନାହିଁ । 

-ସୂର୍ୟ୍ୟ ଦେବତାଙ୍କୁ ପୂଜା କରିବା ସମୟରେ କେବେବି ବେଲପତ୍ର ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ଭଗବାନ ସୂର୍ୟ୍ୟଙ୍କୁ କ୍ରୋଧିତ କରିଥାଏ । 

-ଭଗବାନ ଶିବଙ୍କ ଭକ୍ତମାନେ ପୂଜା ସମୟରେ କେବେବି କେତକି ଫୁଲ ଅର୍ପଣ କରନ୍ତୁ ନାହିଁ ।

-ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସମୟରେ ଅଗସ୍ତ୍ୟ ଫୁଲ ଓ ମାଧବୀ ଫୁଲ ବ୍ୟବହାର କରିବା ଉଚିତ୍ ନୁହେଁ