ଜାତୀୟ ସବଜୁନିୟର ମହିଳା ହକିରେ ଓଡିଶା ପରାସ୍ତ

ଜାତୀୟ ସବଜୁନିୟର ମହିଳା ହକିରେ ଓଡିଶା ପରାସ୍ତ

ଜାତୀୟ ସବଜୁନିୟର ମହିଳା ହକିରେ ଓଡିଶା ପରାସ୍ତ
କଟକ: ହରିୟାଣାର ହିସାବରେ ଚାଲିଥିବା ୯ମ ହକି ଇଣ୍ଡିଆ ଜାତୀୟ ସବଜୁନିୟର ମହିଳା ହକି ପ୍ରତିଯୋଗିତାରେ ଓଡିଶା ଦଳର ଅଭିଯାନ ଶେଷ ହୋଇଛି । ଓଡିଶା ଦଳ କ୍ୱାର୍ଟରଫାଇନାଲରେ ପରାସ୍ତହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି । ମଙ୍ଗଳବାର କ୍ୱାର୍ଟରଫାଇନାଲରେ ଓଡିଶାକୁ ୩-୦ ଗୋଲରେ ମଧ୍ୟପ୍ରଦେଶ ହକି ଏକାଡେମୀ ପରାସ୍ତ କରିଛି । ମ୍ୟାଚର ୨୧ ମିନିଟରେ ମଧ୍ୟପ୍ରଦେଶର ହ୍ରିତିକା ସିଂହ ପ୍ରଥମ ଗୋଲ ଦେଇଥିଲେ । ୩୦ ମିନିଟରେ ମଧ୍ୟପ୍ରଦେଶ ଏକାଡେମୀ ଅଧିନାୟକା ଯୋଗିତା ବର୍ମା ୨ ୟ ଗୋଲ ଦେଇଥିଲେ । ମଧ୍ୟାନ୍ତର ସୁଦ୍ଧା ମଧ୍ୟପ୍ରଦେଶ ୨-୦ ଗୋଲରେ ଆଗୁଆ ରହିଥିଲା । ୩୭ ମିନିଟରେ ଓଡିଶା ଡିଫେଣ୍ଡରଙ୍କ ତ୍ରୁଟିରୁ ଫାଇଦା ଉଠାଇ ମଧ୍ୟପ୍ରଦେଶ ହକି ଏକାଡେମୀ ପାଇଁ ଗୁରମୈଲ କୌର ୩ୟ ଗୋଲ ଦେଇଥିଲେ । ଅନ୍ୟ ଏକ କ୍ୱାର୍ଟରଫାଇନାଲ ମୁକାବିଲାରରେ ହକି ଗାଙ୍ଗପୁର-ଓଡିଶାକୁ ୮-୧ ଗୋଲର ବିପୁ, ବ୍ୟବଧାନରେ ଝାଡଖଣ୍ଡ ପରାସ୍ତ କରିଛି । ପ୍ରଥମାର୍ଦ୍ଧରେ ଝାଡଖଣ୍ଡ ୨-୦ ଗୋଲରେ ଆଗୁଆ ଥିଲା । ଦ୍ୱିତୀୟାର୍ଦ୍ଧରେ ଝାଡଖଣ୍ଡ ଆଉ ୬ଟି ଗୋଲ ଦେଇଥିବା ବେଳେ ହକି ଗାଙ୍ଗପୁର- ଓଡିଶାର ଏଲିନ ଡୁଙ୍ଗଡୁଙ୍ଗ ୪୦ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ ।