ଜୁନ୍ ଯାଏ ସ୍କୁଲ ଛୁଟି! ପ୍ରଥମରୁ ୯ମ ଯାଏ ସବୁ ପାସ
ଜୁନ୍ ଯାଏ ସ୍କୁଲ ଛୁଟି! ପ୍ରଥମରୁ ୯ମ ଯାଏ ସବୁ ପାସ
admin
Mar 27, 2020 - 07:12
Updated: Mar 27, 2020 - 07:12
ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୨୧ ଯାଏ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏବେ ଏପି୍ରଲ ୧୪ ଯାଏ ଲକ୍ ଡାଉନ ଘୋଷଣା ହେବା ପରେ ଛୁଟିର ଅବଧି ଏହି ସମୟ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ବି ସ୍ଥିତିରେ ସୁଧାର ଆସିବ କି ନାହିଁ ତାହାକୁ ନେଇ ସନେ୍ଦହ ରହିଛି । ତେଣୁ ଆସନ୍ତା ଜୁନ ତୃତୀୟ ସପ୍ତାହ ସ୍କୁଲ ଛୁଟି ଅବଧି ବଢ଼ାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି । ୧୦ ଦିନ ହେଲା ସମସ୍ତ ସ୍କୁଲ ଛୁଟି । ପାଠପଢ଼ା ବନ୍ଦ । ଏପି୍ରଲ ୩ ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ସ୍ଥିର ହୋଇଥିଲା । ତେବେ କରୋନା ସବୁ ବିଗାଡ଼ି ଦେଇଛି । ସ୍କୁଲରେ ପାଠ୍ୟ ପୁସ୍ତକ ପହଞ୍ଚିଥିଲେ ମଧ୍ୟ ପିଲାଙ୍କୁ ବଣ୍ଟନ ହୋଇପାରିନି । ସ୍କୁଲରେ ସମ୍ପୂର୍ଣ୍ଣ ତାଲା ପଡ଼ିଥିବାରୁ ସେଗୁଡ଼ିକ ଭଲ ଥିବା କି ନାହିଁ ତାହା ବି ସନେ୍ଦହରେ । ଏପି୍ରଲ ୧୪ ପରେ ସ୍ଥିତି ସୁଧୁରିବାର ସମ୍ଭାବନା ନଥିବାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ବିଳମ୍ବିତ ହେବ । ପିଲାଙ୍କ ପାଠପଢ଼ା ହୋଇପାରିବ ନାହିଁ । ସେପଟେ ମେ’ମାସଠାରୁ ଓଡ଼ିଶାରେ ଥିବା ସ୍କୁଲ ଗୁଡ଼ିକରେ ଛୁଟି ଘୋଷଣା କରାଯାଏ । ସେହି ଦୃଷ୍ଟିରୁ ଏଥର ମେ’ ଓ ଜୁନ ତୃତୀୟ ସପ୍ତାହ ଯାଏ ସ୍କୁଲ ଛୁଟି ରହି । ରଜ ପରେ ଅର୍ଥାତ ଜୁନ ୧୭ ତାରିଖ ବେଳକୁ ସ୍କୁଲ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏଥର ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ ବ୍ୟବସ୍ଥା ଉଠାଇ ଦିଆଯିବ । ସମସ୍ତ ଛାତ୍ରଛାତ୍ରୀ ଉପର ଶ୍ରେଣୀକୁ ଉନ୍ନୀତ ହେବେ । କେହି ବି ଫେଲ ହେବେ ନାହିଁ । ସ୍ଥିତି ସୁଧୁରିବା ପରେ ପ୍ରଥମ କର୍ତ୍ତବ୍ୟ ରହିବ ମାଟି୍ରକ ପିଲାମାନଙ୍କ ଉତ୍ତର ଖାତା ମୂଲ୍ୟାୟନ କରି ଫଳ ପ୍ରକାଶ କରିବା । ସେଥିପ୍ରତି ପ୍ରାଥମିକତା ଦେବୁ । ଏବେ ବିଭାଗର କୌଣସି ବି କାର୍ଯ୍ୟ ହୋଇପାରୁନି । ତେଣୁ ପୂର୍ବ ସ୍ଥିତିକୁ ଫେରିବାକୁ ପାଖାପାଖି ମାସେ ସମୟ ଲାଗିଯିବ ।