ଜେଲରେ ଓକିଲଙ୍କ ସହ ସାକ୍ଷାତ ଆବେଦନ, ୧୮ରେ ଶୁଣାଣି

ଜେଲରେ ଓକିଲଙ୍କ ସହ ସାକ୍ଷାତ ଆବେଦନ, ୧୮ରେ ଶୁଣାଣି

ଜେଲରେ ଓକିଲଙ୍କ ସହ ସାକ୍ଷାତ ଆବେଦନ, ୧୮ରେ ଶୁଣାଣି
ଭୁବନେଶ୍ୱର: ଜେଲରେ ଓକିଲଙ୍କ ସହ ଅନ୍ତେବାସୀଙ୍କ ସାକ୍ଷାତ ପାଇଁ ଆବେଦନ ମାମଲାର ଚୂଡ଼ାନ୍ତ ଶୁଣାଣି ହାଇକୋର୍ଟରେ ଆସନ୍ତା ଫେବୃଆରୀ ୧୮ରେ ହେବ । କରୋନା ଯୋଗୁଁ ସାକ୍ଷାତ ବନ୍ଦ କରିବାକୁ ଜେଲ ବିଭାଗ ନିଦେ୍ର୍ଧଶ ଦେଇଥିଲା । ତେବେ ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଜେଲରେ ଓକିଲଙ୍କ ସହ ଅନ୍ତେବାସୀଙ୍କ ସାକ୍ଷାତ ପାଇଁ ଆବେଦନ କରାଯାଇଥିଲା । ଜେଲ ଅନ୍ତେବାସୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ଦର୍ଶାଇ ଶ୍ରୀ ପାଣିଗ୍ରାହୀ ଏହି ଆବେଦନ କରିଥିଲେ । ପ୍ରଦୀପଙ୍କୁ ସାକ୍ଷାତ ପାଇଁ ଅନ୍ତରୀଣ ନିଦେ୍ର୍ଧଶରେ ହାଇକୋର୍ଟ ଅନୁମତି ଦେଇଥିଲେ । ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କୁ ତାଙ୍କ ଆଇନଜୀବୀଙ୍କ ସହିତ ପରାମର୍ଶ ପାଇଁ ଅନୁମତି ସମ୍ପର୍କିତ ପୂର୍ବ ଅନ୍ତରୀଣ ନିଦ୍ଦେଶ କାର୍ୟ୍ୟକାରୀ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ସୂଚନାଯୋଗ୍ୟ, ଟାଟା କମ୍ପାନି ନିଯୁକ୍ତି ଜାଲିଆତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।