ଯାଞ୍ଚ ବାହାନାରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ପୋଲିସ
ଯାଞ୍ଚ ବାହାନାରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ପୋଲିସ
admin
Aug 23, 2019 - 07:37
Updated: Aug 23, 2019 - 07:37
ଖୋର୍ଦ୍ଧା: ଗାଡ଼ି ଯାଞ୍ଚ ବାହାନାରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ପୋଲିସ କର୍ମଚାରୀ । ପରେ ଧରାପଡ଼ିଯିବା ଭୟରେ ଟଙ୍କା ଫେରାର ମାମଲାକୁ ରଫଦଫା କରିବାକୁ ଉଦ୍ୟମ ହୋଇଛି । ଏ ନେଇ ଟାଙ୍ଗୀ ଥାନାରେ ସଂପୃକ୍ତ ବ୍ୟବସାୟୀ ଜଣକ ଏତଲା ଦେଇଛନ୍ତି । ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଟାଙ୍ଗୀ ଥାନାର ତିନି ଜଣ ପୋଲିସ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି ।
ଗତକାଲି ରାତିରେ ତିନି ଜଣ ଯୁବକ କୋଲକାତାରୁ ପୁରୀ ଯାଉଥିବାବେଳେ ନିର୍ଗୁଣ୍ଡି ଟୋଲ୍ ଗେଟ୍ ନିକଟରେ ଗାଡ଼ି ରଖି ହୋଟେଲ୍ରେ ଖାଇଥିଲେ । ଏହି ସମୟରେ ପେଟ୍ରୋଲିଂ କରୁଥିବା ପୋଲିସ ଗାଡ଼ି ଆସି ସେମାନଙ୍କୁ ଅଟକାଇଥିଲେ । ପେଟ୍ରୋଲିଂ କରିବା ବାହାନାରେ ତାଙ୍କୁ ମଦ ପିଇଛ ବୋଲି କହିଥିଲେ । ଏହା ସହିତ ସେମାନଙ୍କଠାରୁ କାର୍ ଚାବି ଛଡ଼ାଇ ନେବା ସହ ଗାଡ଼ିରେ ଥିବା ଦେଢ଼ ଲକ୍ଷ ଟଙ୍କା ନେଇଯାଇଥିଲେ । ସେମାନେ କମିଶନରେଟ୍ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲେ ।
ଏହା ପରେ ସଂପୃକ୍ତ ଯୁବକମାନେ ଏ ନେଇ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଥିଲେ । ଏ ନେଇ ଟାଙ୍ଗୀ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ପରେ ଧରାପଡ଼ିଯିବା ଭୟରେ ଟଙ୍କା ଫେରାର ମାମଲାକୁ ରଫଦଫା କରିବାକୁ ଉଦ୍ୟମ କରିଥିଲେ । ଟାଙ୍ଗୀ ଥାନାର ଗ୍ରାମାଞ୍ଚଳ ଏସ୍ପି ଓ ଚୌଦ୍ୱାରର ଏସ୍ଡିପିଓ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଟାଙ୍ଗୀ ଥାନାର ଦୁଇ ଜଣ ହୋମଗାର୍ଡ ଓ ଜଣେ କନଷ୍ଟେବଳଙ୍କ ଅଟକ ରଖି ପଚରାଉଚରା କରାଯାଉଛି ।