କୂଅରେ ପଡ଼ି ୨ ଶିଶୁ ମୃତ

କୂଅରେ ପଡ଼ି ୨ ଶିଶୁ ମୃତ

କୂଅରେ ପଡ଼ି ୨ ଶିଶୁ ମୃତ
ନୟାଗଡ଼: କୂଅରେ ପଡ଼ି ଗୋଟିଏ ପରିବାରର ୨ ଶିଶୁଙ୍କ ମୃତୁ୍ୟ ହୋଇଛି । ଭାପୁର ବ୍ଲକ ନିହଲପ୍ରସାଦ ଗ୍ରାମରେ ଏଭଳି ଗ୍ରାମରେ ଘଟିଛି । ବାହାରେ ଖେଳୁଥିବା ବେଳେ ଅସାବଧାନତା ଯୋଗୁଁ ସମ୍ପୃକ୍ତ ୨ ଜଣ ଶିଶୁ କୂଅରେ ପଡ଼ିଯାଇଥିଲେ । ଉଭୟଙ୍କ ବୟସ ୫ ବର୍ଷ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ସମ୍ପୃକ୍ତ ୨ ଶିଶୁ ଘର ବାହାରେ ଖେଳୁଥିଲେ । ତେବେ ଖେଳୁଥିବା ସମୟରେ ସେମାନେ କୂଅରେ ପଡ଼ିଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କୂଅରେ ସେମାନଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।