ଜ୍ୟୋର୍ତିବିଦ ଅଜିତ କୁମାର କର ଙ୍କୁ ମିଳିଲା ଜ୍ୟୋତିଷ ମହାସାଗର ସମ୍ମାନ
ଜ୍ୟୋର୍ତିବିଦ ଅଜିତ କୁମାର କର ଙ୍କୁ ମିଳିଲା ଜ୍ୟୋତିଷ ମହାସାଗର ସମ୍ମାନ
admin
Dec 16, 2019 - 07:23
Updated: Dec 16, 2019 - 07:23
ବେଲପଡା(ମନୋଜ କୁମାର ମିଶ୍ର)-ଗତ ୨୧/୧୧/୧୯ରେ ବଲାଙ୍ଗିର ଜିଲ୍ଲା କାନୁଟ ଗ୍ରାମ ର ଦିବାମ୍ବର କର ଙ୍କ ପୁତ୍ର ଅଜିତ କୁମାର କର ଙ୍କୁ ମିଳିଛି ଜ୍ୟୋତିଷ ମହାସାଗର ସମ୍ମାନ । ଉତ୍ତର ପ୍ରଦେଶ ର ଐତିହାସିକ ସହର ବିଦ୍ୟାଚୋରୀ କାଶି (ବାରଣାସୀ ଠାରେ ବୈଦିକ ଇନଷ୍ଟିଚ୍ୟୁଟ ଅପ ଏଷ୍ଟ୍ରଲୋଜି ଏଣ୍ଡ ଡିବାଇନ ଆଇନ୍ସ ଆନୁକୁଲ୍ୟ ରେ ଆନ୍ତର୍ଜାତିୟ ଜ୍ୟୋତିଷ ଓ ବାସ୍ତୁ ସମ୍ମିଳନୀ ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମିଳନୀ ରେ ଦେଶ ବିଦେଶ ର ଅନେକ ସୁନାମଧନ୍ୟ ଜ୍ୟୋର୍ତିବିଦ ପଣ୍ଡିତ ମାନଙ୍କ ସମାଗମ ରେ ଜ୍ୟୋର୍ତିବିଦ ଅଜିତ କୁମାର କର ଅତିଥି ରୁପେ ମଚାଂସୀନ ରହିଥିଲେ । ଏହି ସମ୍ମିଳନୀ ରେ ତାଙ୍କୁ ଜ୍ୟୋତିଷ ମହାସାଗର ଉପାଧି ରେ ସମ୍ମାନିତ କରାଯିବା ସହ ସ୍ୱର୍ଣ ମେଡାଲ ପ୍ରଦାନ କରାôଯାଇଥିଲା ଅଜିତ ଜ୍ୟୋତିଶ ଶାସ୍ତ୍ର ରେ ଦୀର୍ଘ ୨୪ବର୍ଷ ହେଲା ଉଚ୍ଚକୋଟୀ ର ଗବେଷଣା ଚଲାଇ ବେଶ ପରିଚିତ ହୋଇପାରିଛନ୍ତି । ତାଙ୍କ ଗବେଷଣାତ୍ମକ ଲେଖା ଗୁଡିକ ଓଡିଆ,ଇଂରାଜି ପତ୍ରପତ୍ରିକା ରେ ନିୟମିତ ରୁପେ ପ୍ରକାଶିତ ହୋଇଆସୁଅଛି । ଜ୍ୟୋର୍ତିବିଦ କର ଦୀର୍ଘବର୍ଷ ଧରି ବିଭିନ୍ନ ବ୍ୟକ୍ତି ବିଶେଷ ଉପରେ ସଠିକ ତଥ୍ୟ ଦେଇ ପ୍ରଶଂସିତ । । ଅନୁଷ୍ଠାନ ର ଆୟୋଜକ ଜ୍ୟୋର୍ତିବିଦ ଡକ୍ଟର ରାଘବେନ୍ଦ୍ର ପ୍ରତାପ ସିଂ ,ଜ୍ୟୋତିଷ ରତ୍ନ ଲାବନ୍ୟ ଚକ୍ରବର୍ତୀ , ଡକ୍ଟର ସତପାଲ ଭରଦ୍ୱାଜ ତଥା ଭାରତ ଶ୍ରୀଲଙ୍କା ବୁଦ୍ଧିଷ୍ଠ ସଂଘ ର ସଭାପତ କେସି ସୁମେଥା ଠେରୋ ପ୍ରମୁଖ ଉପସ୍ଥିତ ରହିଥିଲେ । ଅଜିତ ଜ୍ୟୋତିଷ ମହାସାଗର ଉପାଧି ଓ ସ୍ୱର୍ଣ୍ଣ ମେଡାଲ ରେ ସମ୍ମାନିତ ହେବାପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରଶଂସକ ମାନଙ୍କ ପ୍ରଶଂସାର ସୁଅ ଆସୁଛି । ଏହି ସମ୍ମାନ ପଛରେ ତାଙ୍କର ଅଜା ଓ ବାପା ଙ୍କ ପ୍ରେରଣା ରହିଛି ଓ ଆଗକୁ ଜ୍ୟୋତିଷ ଶାସ୍ତ୍ର ରେ ଅଧିକ ଗବେଷଣା ଜାରିରଖିବେ ବୋଲି କୁହନ୍ତି ଜ୍ୟୋତିଷାଚାର୍ଯ୍ୟ ଅଜିତ କର ।