୯ ଘଣ୍ଟାରୁ ଅଧିକ ଶୋଉଥିଲେ ସାବଧାନ !
୯ ଘଣ୍ଟାରୁ ଅଧିକ ଶୋଉଥିଲେ ସାବଧାନ !
admin
Dec 16, 2019 - 07:29
Updated: Dec 16, 2019 - 07:29
୯ ଘଣ୍ଟାରୁ ଅଧିକ ସମୟ କିମ୍ବା ଖରାବେଳେ ଦୀର୍ଘ ସମୟ ଶୋଇରହିବା ଦ୍ୱାରା ଷ୍ଟ୍ରୋକ୍ ଆଶଙ୍କା ଏକ ଚତୁର୍ଥାଂଶ ପର୍ଯ୍ୟନ୍ତ ବଢ଼ିଯାଏ ବୋଲି ଏକ ସଦ୍ୟ ଅଧ୍ୟୟନ ଚେତାଇ ଦେଇଛି । ଗବେଷକଙ୍କ ଅନୁସାରେ, ରାତିରେ ୮ ଘଣ୍ଟାରୁ କମ୍ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍ ଆଶଙ୍କା ୨୩ ପ୍ରତିଶତ ଅଧିକ । ଅଧ୍ୟୟନ ଆହୁରି ମଧ୍ୟ ଦର୍ଶାଇଛି, ଦିନବେଳେ ନିୟମିତ ଆଦୌ ଶୋଉନଥିବା କିମ୍ବା ପ୍ରାୟ ୧ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ତୁଳନାରେ ୯୦ ମିନିଟ୍ରେ ଅଧିକ ସମୟ ଶୋଉଥିବା ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ପରବର୍ତ୍ତୀ ଷ୍ଟ୍ରୋକ୍ ଆଶଙ୍କା ୨୫ ପ୍ରତିଶତ ଅଧିକ । ଚୀନ୍ର ହାରାହାରି ୬୨ ବର୍ଷ ବୟସର ୩୧,୭୫୦ ଜଣଙ୍କ ଉପରେ ଏହି ଅଧ୍ୟୟନ ପରିଚାଳତା ହୋଇଥିଲା । ଅଧ୍ୟୟନ ଆରମ୍ଭରେ ସେମାନଙ୍କଠାରେ ଷ୍ଟ୍ରୋକ୍ କିମ୍ବା ଅନ୍ୟ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ଅଧ୍ୟୟନର ଲେଖକ ଜିଆଓମିନ ଝାଙ୍ଗଙ୍କ ଅନୁସାରେ, ଦିନବେଳେ ଅଧିକ ସମୟ ଶୋଇବା ଏବଂ ରାତିରେ ଅଧିକ ସମୟ ଶୋଇବା ଷ୍ଟ୍ରୋକ୍ ଆଶଙ୍କା ସହ କିଭଳି ଭାବେ ଜଡ଼ିତ, ସେ ବିଷୟରେ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । ହାରାହାରି ୬ବର୍ଷ ଧରି ପ୍ରତିଯୋଗୀଙ୍କ ଉପରେ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନ ସମୟରେ ୧,୫୫୭ ଜଣଙ୍କର ଷ୍ଟ୍ରୋକ୍ ମାମଲା ସାମ୍ନାକୁ ଆସିଥିଲା । ପ୍ରତିଯୋଗୀଙ୍କୁ ସେମାନଙ୍କ ରାତି ଓ ଦିନ ବେଳର ନିଦ ବିଷୟରେ ପ୍ରଶ୍ନ କରାଯାଇଥିଲା । ଅଧିକ ସମୟ ଧରି ଉଭୟ ଦିନ ଓ ରାତିରେ ଶୋଇଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍ ଆଶଙ୍କା ୮୫ ପ୍ରତିଶତ ଅଧିକ ଜଣାପଡ଼ିଲା ।