ଟ୍ରମ୍ପ ପଦ ଛାଡ଼ିବାକୁ ନାରାଜ

ଟ୍ରମ୍ପ ପଦ ଛାଡ଼ିବାକୁ ନାରାଜ

ଟ୍ରମ୍ପ ପଦ ଛାଡ଼ିବାକୁ ନାରାଜ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହେବା ପରେ ତାଙ୍କ କାର୍ଯ୍ୟକାଳ ସରିଆସୁଛି । ଆସନ୍ତା ୨୦ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶପଥ ନେଇ ଆମେରିକାବାସୀଙ୍କୁ ନେତୃତ୍ୱ ଦେବେ । ଆମେରିକାବାସୀ ବାଇଡେନଙ୍କ ସପକ୍ଷରେ ଜନାଦେଶ ଦେବା ସତ୍ତ୍ୱେ ଟ୍ରମ୍ପ ଏହାକୁ ମାନିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି । ଏପରିକି ସେ ରାଷ୍ଟ୍ରପତି ଭବନରେ ପୁଣି ଥରେ ରହିବା ନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ପରାଜିତ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଅନ୍ଧ ସମର୍ଥକଙ୍କୁ ଧରି ଏଭଳି ହତାଶାଜନକ ଉଦ୍ୟମ କରିପାରନ୍ତେ ବୋଲି ଆଲୋଚନା ହେଉଛି । ସେନା ସହାୟତାରେ ସେ ଆମେରିକା ରାଷ୍ଟ୍ରପତି ଭାବେ କ୍ଷମତାକୁ ନିଜ ପାଖରେ ରଖିପାରନ୍ତି ବା କୁପ କରିପାରନ୍ତି ବୋଲି ୧୦ ଜଣ ପୂର୍ବତନ ପ୍ରତିରକ୍ଷା ସଚିବ ଆଶଙ୍କା ବ୍ୟକ୍ତ କରିଛନ୍ତି । କିନ୍ତୁ ଟ୍ରମ୍ପଙ୍କୁ ଏହି କାର୍ଯ୍ୟରେ ସହଯୋଗ ନ କରିବା ପାଇଁ ଆମେରିକା ପ୍ରତିରକ୍ଷା ବାହିନୀ ଏହି ପୂର୍ବତନ ପ୍ରତିରକ୍ଷା ସଚିବମାନେ କହିଛନ୍ତି । ରାଜନୀତିଠାରୁ ସେନା ଦୂରରେ ରହିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ନିର୍ବାଚନ ବିବାଦର ସମାଧାନରେ ଆମେରିକା ସେନାକୁ ସାବମିଲ କରିବା ଉଦ୍ୟମ ଦେଶକୁ ବିପଜ୍ଜନକ, ବେଆଇନ ଏବଂ ଅସାମ୍ବିଧାନିକ ଅଞ୍ଚଳକୁ ନେଇଯିବ । ଟ୍ରମ୍ପଙ୍କୁ ଏଭଳି କାର୍ଯ୍ୟ କରିବାରେ ଯେଉଁ ବେସାମରିକ ଓ ସାମରିକ ଅଧିକାରୀମାନେ ନିଦେ୍ର୍ଧଶ ଦେବେ ସେମାନେ ଏହାର ଗମ୍ଭୀର ପରିଣତି ଭୋଗ କରିବେ । ୨୦୨୦ ରାଷ୍ଟ୍ରପତି ନିର୍ବାଚନର ବିଜେତା ଜୋ ବାଇଡେନଙ୍କୁ ସ୍ୱୀକୃତି ଦେବା ପାଇଁ ଆସନ୍ତା ବୁଧବାର କଂଗ୍ରେସର ଏକ ମିଳିତ ଅଧିବେଶନ ହେବାକୁ ଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।