ପ୍ରଥମ ଦିନରେ ହୁଣ୍ଡିରୁ ମିଳିଥିଲା ୨ ହଜାର ୮୪୪ ଟଙ୍କା

ପ୍ରଥମ ଦିନରେ ହୁଣ୍ଡିରୁ ମିଳିଥିଲା ୨ ହଜାର ୮୪୪ ଟଙ୍କା

ପ୍ରଥମ ଦିନରେ ହୁଣ୍ଡିରୁ ମିଳିଥିଲା ୨ ହଜାର ୮୪୪ ଟଙ୍କା
ଭୁବନେଶ୍ୱର : ଡିସେମ୍ବର ୨୩ ରୁ ମନ୍ଦିର ଖୋଲିବା ପରେ ଶ୍ରୀମନ୍ଦିର ହୁଣ୍ଡି ଦାନ ଅର୍ଥ କ୍ରମାଗତ ବଢ଼ି ଚାଲିଥିଲା । ଶ୍ରୀମନ୍ଦିର ଖୋଲିବାର ପ୍ରଥମ ଦିନରେ ହୁଣ୍ଡିରୁ ୨ ହଜାର ୮୪୪ ଟଙ୍କା ମିଳିଥିଲା । ଡିସେମ୍ବର ୨୪ରେ ୯ ହଜାର ୭୮୭ ଓ ୨୫ ରେ ୪ ହଜାର ୭୦୯ ଟଙ୍କା ମିଳିଥିଲା । ଡିସେମ୍ବର ୨୬ ରେ ଯେତେବେଳେ ସହରବାସୀ ଦର୍ଶନ କଲେ ସେବେଠୁ ହୁଣ୍ଡି ଆୟ ବଢ଼ି ବଢ଼ି ଚାଲିଥିଲା । ଡିସେମ୍ବର ୨୬ରେ ବିଗତ ୧୦ ମାସ ଭିତରେ ହୁଣ୍ଡିରୁ ସର୍ବାଧିକ ଟଙ୍କା ହୋଇଥିଲା । ୪୫ ହଜାର ୧୮୪ ଟଙ୍କା ହୁଣ୍ଡିରୁ ମିଳିଥିଲା । ଡିସେମ୍ବର ୨୭ ରେ ୫୭ ହଜାର ୦୫୧ ଟଙ୍କା ମିଳିଥିଲା । ଡିସେମ୍ବର ୨୮ ରେ ଦାନ ଅର୍ଥ ଲକ୍ଷେ ଡେଇଁ ଏକ ଲକ୍ଷ ୪୮ ହଜାର ୮୬୬ ଟଙ୍କାରେ ପହଞ୍ଚିଥିଲା । ସେହିଭଳି ୨୯ ତାରିଖରେ ୧ ଲକ୍ଷ ୧୧ ହଜାର ୩୭୦ ଟଙ୍କା, ୩୦ ତାରିଖରେ ୨ ଲକ୍ଷ ୯୫ ହଜାର ୮୪୨ ଟଙ୍କା ଓ ଡିସେମ୍ବର ୩୧ ରେ ବିଗତ ୧୦ ମାସର ସର୍ବାଧିକ ୩ ଲକ୍ଷ ୨୫ ହଜାର ୧୦୪ ଟଙ୍କା ଦାନ ଅର୍ଥ ମିଳିଥିଲା । ଜାନୁଆରୀ ୧ ରେ ଶ୍ରୀମନ୍ଦିର ବନ୍ଦ ରହିଥିଲେ ବି ନୂଆ ବର୍ଷ ପାଇଁ ଭକ୍ତମାନେ ମୁକ୍ତ ହସ୍ତରେ ଦାନ କରିଥିଲେ । ଏହି ଦିନ ହୁଣ୍ଡିରୁ ୪୦ ହଜାର ୯୩୭ ଟଙ୍କା ମିଳିଥିଲା । ଜାନୁଆରୀ ୨ ରେ ମନ୍ଦିର ବନ୍ଦ ଥିବାରୁ ଦାନ ଅର୍ଥ କମିଥିଲା । ୩ ହଜାର ୨୨୨ ଟଙ୍କା ହୁଣ୍ଡିରୁ ମିଳିଥିଲା । ସର୍ବସାଧାରଣ ଦର୍ଶନ ଆରମ୍ଭ ପରେ ହୁଣ୍ଡିରୁ ଏକ ଲକ୍ଷ ୪୦ ହଜାର ୮୩୭ ଟଙ୍କା ମିଳିଥିଲା । କିନ୍ତୁ ଦ୍ୱିତୀୟ ଦିନରେ ଏହା ୮୬ ହଜାର ୬୬୩ ଟଙ୍କାକୁ ଖସି ଆସିଛି । ଯେଉଁଠି ଡିସେମ୍ବର ୨୬ ରୁ ଲକ୍ଷାଧିକ ଟଙ୍କା ହୁଣ୍ଡିରୁ ମିଳିଥିଲା, ସେଠି ଦାନ ଅର୍ଥ ଲକ୍ଷେ ତଳକୁ ଖସି ଆସିବା, କେତେ ସଂଖ୍ୟାରେ ଭକ୍ତ ଦର୍ଶନ କରିଛନ୍ତି, ତାହା ସ୍ପଷ୍ଟ କରୁଛି । ଯଦି କୋଭିଡ କଟକଣା କୋହଳ ନ ହୁଏ, ଆଗାମୀ ଦିନରେ ଭକ୍ତ ସଂଖ୍ୟା କମିବା ସହ ହୁଣ୍ଡି ଆୟ ବି ପୂର୍ବାବସ୍ଥାକୁ ଫେରିଯିବା ଆଶଙ୍କା କରାଯାଉଛି ।