ନିଖୋଜ ବିରଜୁ କୁଲୁଙ୍କୁ ତାଳଚେରରୁ ଉଦ୍ଧାର

ନିଖୋଜ ବିରଜୁ କୁଲୁଙ୍କୁ ତାଳଚେରରୁ ଉଦ୍ଧାର

ନିଖୋଜ ବିରଜୁ କୁଲୁଙ୍କୁ ତାଳଚେରରୁ ଉଦ୍ଧାର
ଭୁବନେଶ୍ୱର : ୨୦ ବର୍ଷ କାଳ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ବିରଜୁ କୁଲୁ ଘରକୁ ଫେରିଥିଲେ । କିନ୍ତୁ ହଠାତ ସେ ନିଖୋଜ ହୋଇଯାଇଥିଲେ । ଯାହାକି ବେଶ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପୁଲିସର ନିଦ ହଜିଯାଇଥିଲା । କିନ୍ତୁ ଏବେ ତାଙ୍କୁ ଠାବ କରାଯାଇଛି । ତାଳଚେର ପୁଲିସ ତାଙ୍କୁ ଠାବ କରିଥିବାନେଇ ସୁନ୍ଦରଗଡ଼ ଏସପି ସୂଚନା ଦେଇଛନ୍ତି । ଗତ ନଭେମ୍ବରରେ ବିରଜୁ ପାକିସ୍ତାନ ଜେଲରୁ ଫେରିଥିଲେ । ତେବେ ଶନିବାର ରାତିରେ ହଠାତ ସେ ନିଖୋଜ ହୋଇଥିବା ନେଇ ତାଙ୍କ ଭଉଣୀ ଥାନାରେ ଅଭିଯୋଗ କରିଥିଲେ । କୁତ୍ରା ଥାନାରେ ନିଖୋଜ ଅଭିଯୋଗ ଆସିଥିଲା । ବିରଜୁଙ୍କୁ ପୁଲିସ ସମେତ ଗ୍ରାମବାସୀମାନେ ମଧ୍ୟ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ । ସୂଚନାଯୋଗ୍ୟଯେ, ଗତ ନଭେମ୍ବରରେ ସେ ପାକିସ୍ତାନରୁ ଫେରିବା ପରେ ଶୋଭାଯାତ୍ରାରେ ଗ୍ରାମବାସୀମାନେ ନେଇଥିଲେ । କୁଲୁଙ୍କୁ ପାରମ୍ପରିକ ଭାବେ ଶହ ଶହ ଲୋକ ସ୍ୱାଗତ କରିଥିଲେ । ୨୫ ବର୍ଷ ବୟସରେ କୁଲୁ ଘର ଛାଡ଼ି ଚାଲିଯାଇଥିଲେ । ପରେ ସେ ପଞ୍ଜାବରେ ପହଁଚିଥିଲେ । ତେବେ ପାକିସ୍ତାନ ସୀମା ସମ୍ପର୍କରେ ସେ ଅବଗତ ନଥିଲେ । ପାକିସ୍ତାନ ସୀମାରେ ତାଙ୍କୁ ଧରି ନିଆଯାଇ ଗୁପ୍ତଚର ସନେ୍ଦହରେ ଲାହୋର ଜେଲରେ ରଖାଯାଇଥିଲା ।