ବିଶ୍ୱରେ ୪ ପ୍ରକାର ରୂପାନ୍ତରିତ କରୋନା ଭୂତାଣୁ ଘୂରିବୁଲୁଛି : WHO

ବିଶ୍ୱରେ ୪ ପ୍ରକାର ରୂପାନ୍ତରିତ କରୋନା ଭୂତାଣୁ ଘୂରିବୁଲୁଛି : WHO

ବିଶ୍ୱରେ ୪ ପ୍ରକାର ରୂପାନ୍ତରିତ କରୋନା ଭୂତାଣୁ ଘୂରିବୁଲୁଛି : WHO
ନୂଆଦିଲ୍ଲୀ: ପ୍ରାୟ ବର୍ଷକ ତଳେ ୨୦୧୯ ନଭେମ୍ବରରେ ଚୀନର ଉହାନ ସହରରେ ପ୍ରଥମ ଥର ପାଇଁ ଅଭିନବ କରୋନା ଭୂତାଣୁ ଆବିର୍ଭାବ ହେବା ପରଠାରୁ ସାରା ବିଶ୍ୱରେ ଏବେ ୪ ପ୍ରକାର ନୂତନ ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁ ଘୂରି ବୁଲୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକ ରିପୋର୍ଟରେ କୁହାଯାଇଛି । ଏପରିକି ସମୟ ସମୟରେ ବିଶ୍ୱର ସ୍ଥାନେ ସ୍ଥାନେ ଭିନ୍ନ ଭିନ୍ନ ଅସ୍ୱାଭାବିକ ସ୍ୱାସ୍ଥ୍ୟ ସମସ୍ୟା ନଜରକୁ ଆସିଛି ଯାହା କି ଅଭିନବ କରୋନା ଭୂତାଣୁ ସାର୍ସ କୋଭ-୨ ର ରୂପାନ୍ତରିତ ପ୍ରଜାତି ଦ୍ୱାରା ସଂଘଟିତ ବୋଲି ହୁ ପକ୍ଷରୁ କୁହାଯାଉଛି । ଉଦାହରଣ ସ୍ୱରୂପ ଗତବର୍ଷ ଜାନୁଆରୀ ଶେଷ ଭାଗ କିମ୍ବା ଫେବ୍ରୁଆରୀ ପ୍ରଥମାର୍ଦ୍ଧରେ ସାର୍ସ କୋଭ-୨ର ସ୍ପାଇକ ପ୍ରୋଟିନରେ ଡି ୬୧୪ ଡି ନାମକ ସାମାନ୍ୟ ପରିବର୍ତ୍ତନ ସହ ଏକ ପ୍ରକାର ନୂତନ ପ୍ରଜାତିର କରୋନା ଭୂତାଣୁ ଦେଖା ଦେଇଥିଲା । ଗତ ଜୁନ ବେଳକୁ ଏହା ବିଶ୍ୱସ୍ତରରେ ଏକ ପ୍ରମୁଖ ରୁପାନ୍ତରିତ ପ୍ରଜାତି ଭାବେ ବିବେଚିତ ହୋଇଥିଲା । ସେହିପରି ଗତ ସେପ୍ଟେମ୍ବରରେ ବି୍ରଟେନରେ ଭିୟୁଆଇ-୨୦୨୦୧୨/୦୧ ବା ବି.୧.୧.୭ ନାମକ ଏକ ନୂତନ ରୂପାନ୍ତରିତ ପ୍ରଜାତିର ଭୂତାଣୁ ପୂର୍ବାପେକ୍ଷା ୭୦ ପ୍ରତିଶତ ଅଧିକ ସଂକ୍ରମଣକ୍ଷମ ବୋଲି କୁହାଯାଉଛି ।