ଟ୍ରେନ୍‌ ଓ ବସ୍‌ ଧକ୍କା : ୧୭ ମୃତ, ୩୦ ଆହତ

ଟ୍ରେନ୍‌ ଓ ବସ୍‌ ଧକ୍କା : ୧୭ ମୃତ, ୩୦ ଆହତ

ଟ୍ରେନ୍‌ ଓ ବସ୍‌ ଧକ୍କା : ୧୭ ମୃତ, ୩୦ ଆହତ
ବ୍ୟାଂକକ୍‌ : ଥାଇଲାଣ୍ଡରେ ଟ୍ରେନ୍‌ ଓ ବସ୍‌ ମଧ୍ୟରେ ଧକ୍କା ହେବା ପରେ ଅତିକମ୍‌ରେ ୧୭ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡରେ ରବିବାର ଦିନ ସକାଳ ସମୟରେ ଏହି ଘଟଣାଟି ଘଟିଛି । ୬୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଏକ ଟ୍ରେନ୍‌ ସହ ଧକ୍କା ଦେବାପରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ବର୍ଷା ଯୋଗୁଁ ଦୃଶ୍ୟ କମ୍‌ ହେବା ଯୋଗୁଁ ଟ୍ରେନ୍‌ ଆସିବାର ସିଗନାଲ୍‌ ନ ଦେଖାଯିବା ଯୋଗୁଁ ଏପରି ଏକ ଅଘଟଣ ଘଟିଯାଇଛି । ଏହି ଘଟଣାଟି ବ୍ୟାଙ୍କକ୍‌ଠାରୁ ୮୦ କିଲୋମିଟର ଦୂର ପୂର୍ବ ଅଞ୍ଚଳରେ ଘଟିଛି । ଏହି ଦୁର୍ଘଟଣାରେ ୧୭ ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନାରହିଛି ।