ଡିଏଲ୍ ଅବଧିକୁ ପୁଣି ବଢ଼ାଇ ଦିଆଗଲା, ଜାଣନ୍ତୁ କେତେ ପର୍ୟ୍ୟନ୍ତ
ଡିଏଲ୍ ଅବଧିକୁ ପୁଣି ବଢ଼ାଇ ଦିଆଗଲା, ଜାଣନ୍ତୁ କେତେ ପର୍ୟ୍ୟନ୍ତ
କଟକ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନସ ( ଡିଏଲ) ଅବଧିକୁ ସେପ୍େଟମ୍ବର ୩୦ ତାରିଖରୁ ଅକ୍ଟୋବର ୩୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଫିଟନେସ, ପରମିଟ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଅବଧିକୁ ମଧ୍ୟ ୩୧ ତାରିଖ ଯାଏ ବଢାଇ ଦିଆଯାଇଛି । ତେବେ ଲର୍ଣ୍ଣିଂ ଲାଇସେନସଧାରୀ ଡିଏଲ ଟେଷ୍ଟ ପାଇଁ ନିଜର ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ( ଆରଟିଓ)ରେ ସ୍ଲଟ୍ ନ ପାଇଲେ ସେମାନେ ଅନୁରୋଧ ପୂର୍ବକ ଆରଟିଓ ବଦଳାଇ ସ୍ଲଟ ବୁକିଂ କରିପାରିବେ । ଯେଉଁମାନେ ଡିଏଲ ଟେଷ୍ଟ ପାଇଁ ଫି ଦେଇଥିବେ ସେମାନେ ଏ ସୁବିଧା ପାଇପାରିବେ । ସେହିଭଳି ଆସନ୍ତା ୧.୨.୨୦୨୦ ସୁଦ୍ଧା ସରୁଥିବା ଫିଟନେସକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ଆରସି ( ଅଣପରିବହନ) ଗାଡି ପାଇଁ ମଧ୍ୟ ଏହି ବୈଧତାକୁ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଫେବ୍ରୁଆରି ୧,୨୦୨୦ରେ ସରୁଥିବା ଡିଏଲ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ୧୮.୩.୨୦୨୦ରେ ସରୁଥିବା ଲର୍ଣ୍ଣିଂ ଲାଇସେନସ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ମାଲବୁହା ଗାଡି ଓ ସ୍କୁଲ ବସ ଗୁଡିକର ପରିମିଟ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ବଢାଇ ଦିଆଯାଇଛି । ସ୍ଥାୟୀ ପରିମିଟ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହୋଇଛି ।




admin 