ତମାଖୁରେ କୋଭିଡ ସେସ୍ ଲଗାଇବାକୁ ଦାବି ।

ତମାଖୁରେ କୋଭିଡ ସେସ୍ ଲଗାଇବାକୁ ଦାବି ।

ତମାଖୁରେ କୋଭିଡ ସେସ୍ ଲଗାଇବାକୁ ଦାବି ।
ଭୁବନେଶ୍ୱର: ତମାଖୁ ଉତ୍ପାଦ ଉପରେ କୋଭିଡ ସେସ ଲଗାଇ ସରକାର ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ପାଇପାରିବେ ବୋଲି ବିଶିଷ୍ଟ ଡାକ୍ତର, ଅର୍ଥନୀତିଜ୍ଞ ଓ ସାର୍ବଜନୀନ ସ୍ୱାସ୍ଥ୍ୟ କର୍ମୀମାନେ କହିଛନ୍ତି । ଜିଏସଟି ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଥିବା ବେଳେ ତମାଖୁ ଉପରେ ସେସ ଲଗାଇବା ଲାଗି ସେମାନେ ଦାବି କରିଛନ୍ତି । ଅର୍ଥନୀତିଜ୍ଞ ଡକ୍ଟର ରିଜୋ ଜନ୍ କହିଛନ୍ତି, କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ସଂକଟ ଦୂର କରିବା ଲାଗି ଆର୍ଥିକ ସମ୍ବଳର ଆବଶ୍ୟକତା ରହିଛି । ଏହି ସମୟରେ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ଲଦିବା ଉଚିତ ପଦକ୍ଷେପ ହେବ ନାହିଁ । କିନ୍ତୁ ତମାଖୁ ଉତ୍ପାଦ ଉପରେ କୋଭିଡ ସେସ ଲଗାଯାଇପାରିବ । ବିଡି ପିଛା ୧ ଟଙ୍କାର ସେସ ଓ ସିଗାରେଟ ଉପରେ ଅଧିକ ପରିମାଣର ସେସ ଲଗାଇ ସରକାର ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ରାଜସ୍ୱ ପାଇପାରିବେ । ଟିକସ ବଢ଼ିଲେ ତମାଖୁ ଉତ୍ପାଦର ଦାମ ବଢ଼ିବ ଓ ତାହାକୁ ସେବନ କରିବାରୁ ଲୋକମାନେ ନିବୃତ ରହିବେ ବୋଲି ସେ କହିଛନ୍ତି । ମ୍ୟାକ୍ସ ଇନଷ୍ଟିଚ୍ୟୁଟ ଅଫ କ୍ୟାନସର କେୟାରର ଅଧ୍ୟକ୍ଷ ଡକ୍ଟର ହରିତ ଚତୁର୍ବେଦୀ କହିଛନ୍ତି ଯେ, ବିଡ଼ି ଉପରେ ସେସ ଲଗାଇ ସରକାର ଦୁଇ ଆଡ଼ୁ ଲାଭ ପାଇବେ ।