ତୈଳ ଦରବୃଦ୍ଧି ସାମୟିକ: ଧର୍ମେନ୍ଦ୍ର

ତୈଳ ଦରବୃଦ୍ଧି ସାମୟିକ: ଧର୍ମେନ୍ଦ୍ର

ତୈଳ ଦରବୃଦ୍ଧି ସାମୟିକ: ଧର୍ମେନ୍ଦ୍ର
ଭୁବନେଶ୍ୱର: ତୈଳ ଦରବୃଦ୍ଧି ସାମୟିକ , ଶୀଘ୍ର ଠିକ ହୋଇଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ କହିଛନ୍ତି । ଦେଶରେ ହୁ ହୁ ହୋଇ ତେହଳ ଦର ବଢିବାରେ ଲାଗିଛି । ମାଲକାନଗିରି ଜିଲ୍ଲାରେ ଆଜି ସେଂଚୁରୀ ପାର କରିଛି । ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ରଖିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱବଜାରରେ ତୈଳ ଉପôାଦନ ହ୍ରାସ ପାଇଛି । ଆମେରିକାରେ ତୈଳ ଉପôାଦନ ହ୍ରାସ ପାଇଥିବାରୁ ପ୍ରଭାବ ପଡିଛି । ଏ ଅସୁବିଧା ସାମୟିବ , ଏହା ଶୀଘ୍ର ସୁଧୁରିଯିବା ଆଶା କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିପରି ଧର୍ମେନ୍ଦ୍ର କହିଛନ୍ତି, ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କଲେ ଗ୍ରାହକ ଲାଭ ପାଇବେ । ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଜିଏସଟି କାଉନସିଲ ଏନେଇ ନିଷ୍ପତି ନେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।