ଦଲାଲ ଷ୍ଟ୍ରିଟର ରକ୍ତସ୍ନାନ : ନିବେଶକଙ୍କୁ ୩.୩ ଲକ୍ଷ କୋଟିର କ୍ଷତି
ଦଲାଲ ଷ୍ଟ୍ରିଟର ରକ୍ତସ୍ନାନ : ନିବେଶକଙ୍କୁ ୩.୩ ଲକ୍ଷ କୋଟିର କ୍ଷତି
admin
Oct 15, 2020 - 12:25
Updated: Oct 15, 2020 - 12:25
ମୁମ୍ବାଇ : ଗୁରୁବାର ରକ୍ତସ୍ନାନ କରିଛି ମୁମ୍ବାଇର ଦଲାଲ ଷ୍ଟ୍ରିଟ । ଗୁରୁବାର ସେନସେକ୍ସ ୧୦୬୬ ପଏଣ୍ଟ ତଳକୁ ଖସିବା ସହିତ ନିବେଶକ ମାନେ ପ୍ରାୟ ୩.୩୦ ଳକ୍ଷ କୋଟି ଟଙ୍କା ହରାଇଛନ୍ତି । ବିଗତ କିଛି ଦିନ ହେବ ସେୟାର ବଜାର ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା ବେଳେ ଅଜି ଅଚାନକ ତଳକୁ ଖସିଥିଲା । କେବଳ କିଛି ଆଇଟି, ବ୍ୟାଙ୍କିଙ୍ଗ ଏବଂ ଫାର୍ମା ଷ୍ଟକକୁ ଛାଡିଲେ ସମସ୍ତ ଷ୍ଟକର ମୂଲ୍ୟ ତଳକୁ ଖସିଥିଲା । ଏହି କ୍ରମରେ ସେନସେକ୍ସ ୧୦୬୬.୩୩ ପଏଣ୍ଟ ବା ୨.୬୧ ପ୍ରତିଶତ ତଳକୁ ଖସିଥିଲା । ଶେଷ ଭାଗରେ ଆଇଟି, ବ୍ୟାଙ୍କିଙ୍ଗ ଏବଂ ଫାର୍ମା ଷ୍ଟକର ଉଲ୍ଲେଖନୀୟ ପ୍ରଦର୍ଶନ କାରଣରୁ ୩୯୭୨୮ ପଏଣ୍ଟରେ ବନ୍ଦ ରହିଥିଲା । ନିଫଟୀ ଏହି ସମୟରେ ୨୯୦.୭୦ ପଏଣ୍ଟ ତଳକୁ ଖସି ୧୧୬୮୦.୩୫ରେ ବନ୍ଦ ହୋଇଥିଲା ।
ଫ୍ରାନ୍ସ ପକ୍ଷରୁ କର୍ଫୁ୍ୟ ଘୋଷଣା ଏବଂ ୟୁରୋପୀୟ ରାଷ୍ଟ୍ର ମାନେ ସ୍କୁଲ ବନ୍ଦ ନେଇ ଘୋଷଣା କରିବା ଆଜିର ବଜାର ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଟ୍ରେଡ ପଣ୍ଡିତମାନେ ପ୍ରକାଶ କରିଛନ୍ତି । ଆମେରିକା ସରକାରଙ୍କ ପକ୍ଷରୁ ଏକ କରୋନା ପ୍ୟାକେଜର ଘୋଷଣା ନେଇ ଆଶା କରାଯାଇଥିଲେ ମଧ୍ୟ ଏହା ନହେବା କାରଣରୁ ବଜାର ଉପରେ ନକରାତ୍ମକ ପ୍ରଭାବ ପଡିଥିଲା । ସେହିପରି ଆମେରିକା ଏବଂ ଚୀନ ମଧ୍ୟରେ ବର୍ଦ୍ଧିତ ବିବାଦ ଏବଂ ସମଗ୍ର ବିଶ୍ୱର ଦୁର୍ବଳ ଅର୍ଥନୀତି ଏପରି ଅବସ୍ଥାର ମୁଖ୍ୟ କାରଣ ବୋଲି ଟ୍ରେଡ ପଣ୍ଡିତ ମାନେ ପ୍ରକାଶ କରିଛନ୍ତି ।