ଦିନକୁ ଗୋଟେ ଅଣ୍ଡା ଖାଇଲେ ହୋଇଥାଏ ଏହି ଉପକାର

ଦିନକୁ ଗୋଟେ ଅଣ୍ଡା ଖାଇଲେ ହୋଇଥାଏ ଏହି ଉପକାର

ଦିନକୁ ଗୋଟେ ଅଣ୍ଡା ଖାଇଲେ ହୋଇଥାଏ ଏହି ଉପକାର
ସୁସ୍ଥ ଜୀବନଶୈଳୀ ଅତିବାହିତ ନିମନ୍ତେ ନିଜ ଖାଦ୍ୟପାନୀୟ ପ୍ରତି ସତର୍କ ରହିବା ଉଚିତ । ଖାଦ୍ୟବିଶେଷଜ୍ଞ ନିୟମିତ ଭାବେ ପରାମର୍ଶ ଦେଇଥାନ୍ତି ପ୍ରୋଟିନ ଭରପୁର ଅଣ୍ଡା ସମସ୍ତେ ଖାଇବା ସ୍ୱାସ୍ଥ୍ୟ ନିମନ୍ତେ ହିତକାରୀ । କେତେଜଣଙ୍କ ଧାରଣା ଯେ ଅଣ୍ଡା ଖାଇଲେ ହୃଦରୋଗ ହେବାର ଆଶଙ୍କା ବଢ଼େ । କୋଲେଷ୍ଟରଲ ସ୍ତର ମଧ୍ୟ ବୃଦ୍ଧି ପାଏ । ୧୮ ମାସ କାନାଡାର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି ଅଧିକ ପରିମାଣରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦ । ପ୍ରତିଦିନ ସକାଳ ଜଳଖିଆରେ ଗୋଟିଏ ଅଣ୍ଡା ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଗୋଟିଏରୁ ଅଧିକ ଅଣ୍ଡା ଖାଇଲେ ତାହାର କୁପ୍ରଭାବ ଅବଶ୍ୟ ପଡ଼ିଥାଏ । ପ୍ରତ୍ୟେକ ଖାଦ୍ୟ ଆବଶ୍ୟକ ପରିମାଣରେ ଖାଇଲେ ତାହାର କୁପ୍ରଭାବ ପଡିନଥାଏ ବୋଲି ସମସ୍ତେ ଅବଗତ । ଗୋଟିଏ ଅଣ୍ଟାରେ ୬ ଗ୍ରାମ ପ୍ରୋଟିନ, ୫ ଗ୍ରାମ ହେଲଦି ଫ୍ୟାଟ୍ ଥାଏ । ୫ ହଜାର ଲୋକଙ୍କୁ ସାମିଲ କରି କାନାଡ଼ାର ଗବେଷକ ଦଳ କରିଥିବା ଗବେଷଣାରେ ଜଣାପଡ଼ିଥିଲା ଯେ ୭୦% ଲୋକ ନିୟମିତ ଗୋଟଏ ଲେଖାଏଁ ଅଣ୍ଡା ଖାଇବା ସତ୍ତ୍ୱେ ସେମାନଙ୍କର କୋଲେଷ୍ଟରଲ ସ୍ତର ବଢ଼ିନଥିଲା । ଅପନ୍ୟ ୩୦% ବ୍ୟକ୍ତି ଦୈନିକ ୨-୩ଟି ଅଣ୍ଡା ଖାଇବା କାରଣରୁ ସେମାନଙ୍କର ଶାରୀରିକ ଅସୁବିଧା ଉପୁଜିଥିଲା । ଏବେଠାରୁ ନିଜ ଡାଏଟ ତାଲିକାରେ ଗୋଟିଏ ଅଣ୍ଡା ସାମିଲ କରି ଏକ ସୁସ୍ଥ ଜୀବନ ଶୈଳୀ ଅତିବାହିତ କରନ୍ତୁ ।