ଦେହକୁ ହିତ ...

ଦେହକୁ ହିତ ...

ଦେହକୁ ହିତ ...
ଶୀତଋତୁରେ ଭୋକ କମ୍‍ ହେବା ଏକ ସାଧାରଣ ସମସ୍ୟା । ଖାଲି ପେଟରେ ଅଳ୍ପ ମୂଳ ଖାଆନ୍ତୁ, କିଛି ସମୟ ପରେ ଭୋକ ଲାଗିବ । ଏହି ଗ୍ୟାସ ସମସ୍ୟା ମଧ୍ୟ ଦୂର କରିବ । ଦେହରେ ଅଧିକ ଚର୍ବି ଥିଲେ ମୂଳାରସ ଓ ଲେମ୍ବୁରସ ମିଶାଇ ପିଅନ୍ତୁ କାମ ଦେବ । ମୂଳାରସ ସହିତ ସୈନ୍ଧବଲବଣ ମିଶାଇ ପିଇଲେ କିଡ୍‍ନୀ ସୁସ୍ଥ ରୁହେ ଏବଂ ପଥୁରି ସମସ୍ୟା ଦୂର ହୁଏ । ମୂତ୍ର ସମ୍ବନ୍ଧିତ ପ୍ରାୟ ସମସ୍ତ ସମସ୍ୟା ପାଇଁ ମୂଳା ଏକ ଉପଯୋଗୀ ପରିବା । ଏହା ମୂତ୍ରମାର୍ଗରେ ଥିବା ହାନିକାରକ ତତ୍ତ୍ୱ ମୂଳପୋଛ କରେ ଏବଂ ସଂକ୍ରମଣ ଦୂର କରିବାରେ ସହାୟକ ହୁଏ । ମୂଳାକୁ ଛୋଟଛୋଟ ଆକାରରେ କାଟି ତାକୁ ଲେମ୍ବୁରସରେ ବୁଡ଼ାଇ ଦାନ୍ତ ଘଷନ୍ତୁ ଏବଂ କିଛି ସମୟ ଚୋବାନ୍ତୁ । ଦାନ୍ତ ଧଳା ହେବ । ମୂଳାରସ କୁଳି କଲେ ଦାନ୍ତ ଶକ୍ତ ଓ ଦୃଢ଼ ହେବ । ମୂଳା ନିଦ୍ରାହୀନତା ଦୂର କରେ । ତ୍ୱଚାକୁ ଦାଗହୀନ ଓ ନରମ କରିବାକୁ ଚାହୁଁଥିଲେ ମୂଳାପତ୍ରର ରସ ଲଗାନ୍ତୁ । ବାରମ୍ବାର ହାକୁଟି ହେଉଥିଲେ କଞ୍ଚା ନରମ ପତ୍ରକୁ ଚୋବାଇ ଢେ଼ାକନ୍ତୁ । ମୂଳ କୋଲେଷ୍ଟରଲ ନିୟନ୍ତ୍ରଣ କରେ । ଏହା ମଧୁମେହ ଓ ଉଚ୍ଚ ରକ୍ତଚାପ ଭୋଗୁଥିବା ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ।