ନଖ ସୁସ୍ଥତା ପାଇଁ ବ୍ୟବହାର କରନ୍ତୁ ଲୁଣ

ନଖ ସୁସ୍ଥତା ପାଇଁ ବ୍ୟବହାର କରନ୍ତୁ ଲୁଣ

ନଖ ସୁସ୍ଥତା ପାଇଁ ବ୍ୟବହାର କରନ୍ତୁ ଲୁଣ
ଖାଦ୍ୟପାନୀୟ ଠିକ ନ ରହିଲେ ପ୍ରଥମେ ନଖ ଓ କେଶ ଦୁର୍ବଳ ହୋଇଥାଏ । ଏ ବାବଦରେ ବିଶେଷଜ୍ଞଙ୍କ ମତ ହେଲେ ଭଟାମିନ ଏ ଡି ଯୁକ୍ତ ଖାଦ୍ୟ ନିୟମିତ ଖାଇଲେ କୌଣସି ଅସୁବିଧା ଉପୁଜେ ନାହିଁ । କ୍ୟାଲସିୟମ ଅଭାବରେ ହିଁ ନଖ ଭାଙ୍ଗେ ଓ ଭଲଭାବରେ ବଢେ ନାହଁ । ଏଣୁ କ୍ୟାଲସିୟମଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଲାଭପ୍ରଦ । ଦିଲ୍ଲୀର ନାମୀ ବିଶେଷଜ୍ଞ ଦଳ ନଖର ସୁସ୍ଥତା ନିମନ୍ତେ କେତୋଟି ତଥ୍ୟ ଉପସ୍ଥାପନା କରିଛନ୍ତି । - ଭଲ ନଖ ନିମନ୍ତେ ଘରୋଇ ଉପଚାର କରିବା ମଧ ଲାଭପ୍ରଦ । ଦୁଇ ଛୋଟ ଚାମଚ ଲୁଣ, ୨ବୁନ୍ଦା ଲେମ୍ବୁରସ, ସୋରିଷ ତେଲକୁ ଭଲଭାବେ ମିଶାଇନେବେ । ଏହି ମିଶ୍ରଣକୁ ନଖ ଉଷୁମ ପାଣିରେ ପକାଇ ହାତ ପାପୁଲିକୁ ଭଲଭାବେ ସେଥିରେ ବୁଡାଇ ୧୫ ମିନିଟ ରଖନ୍ତୁ । ଏହା ପରେ ହାତକୁ ବାହାର କରି ଭଲଭାବେ ପୋଛି ମଏଶ୍ଚରାଇଜର ଲଗାଇନେବେ । ସପ୍ତାହକୁ ୨ ଥର ଏପରି କରିବା ଉଚିତ । - ନଖର ସୁସ୍ଥତା ପାଇଁ ଅଲିଭ ତେଲ ଖୁବ ଉପକାରୀ । ୧ ବଡ ଚାମଚ ଅଲିଭ ତେଲରେ ୭-୮ ବୁନ୍ଦା ଲେମ୍ବୁରସ ମିଶାଇ ନଖରେ ମାଲିସ କରିବେ । ଏପରି କଲେ ନଖ ସହଜରେ ଭାଙ୍ଗେନାହିଁ । - ଉହିଳାମାନେ ନଖର ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ ସମୟ ନେଲପଲିସ ଲଗାନ୍ତି । ତେବେ ରାସାୟନିକ ତତ୍ୱ ମିଶ୍ରିତ ନେଲପଲିସ ଲଗାଇଲେ ହିଁ ନଖ ଦୁର୍ବଳ ହୋଇଥା, । ନେଲପାଲିସ ଛଡାଇବା ପରେ ଲୁଣ ମିଶା ନଖ ଉଷୁମ ପାଣିରେ ପାପୁଲିକୁ ୧୫-୨୦ ମିନିଟ ବୁଡାଇ ରଖି ହାତ ପୋଛିନିଅନ୍ତୁ ।