ନନ୍ଦନକାନନରେ ଆରମ୍ଭ ହେଲା ଆଜାଦି କା ଅମୃତ ମହୋତ୍ସବ
ନନ୍ଦନକାନନରେ ଆରମ୍ଭ ହେଲା ଆଜାଦି କା ଅମୃତ ମହୋତ୍ସବ
ଭୁବନେଶ୍ବର: ନନ୍ଦନକାନନରେ ଆରମ୍ଭ ହେଲା ଆଜାଦି କା ଅମୃତ ମହୋତ୍ସବ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ଭାରତର ୭୫ତମ ସ୍ଵାଧୀନତା ବର୍ଷ ଉପଲକ୍ଷେ ନନ୍ଦନକାନନ ତରଫରୁ ସୋମବାର ଆଜାଦି କା ଅମୃତ ମହୋତ୍ସବ ଆରମ୍ଭ ହୋଇଛି । ଏହି ଉତ୍ସବ ୭ ଦିନ ଧରି ଚାଲିବ ।
ପ୍ରଥମ ଦିନରେ ନନ୍ଦନକାନନରେ ରହୁଥିବା ବିରଳ ପ୍ରଜାତିର ବଜ୍ରକାପ୍ତା ଓ ନନ୍ଦନକାନନ ମଧ୍ୟରେ ରହୁଥିବା କର୍ମଚାରୀଙ୍କ ପାଇଁ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବଜ୍ରକାପ୍ତାର ବଂଶ କିଭଳି ସଂରକ୍ଷଣ ରଖାଯିବ ସେନେଇ ଆଲୋଚନା କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ବନ୍ୟପ୍ରାଣୀ ସଂରକ୍ଷକ(ପିସିସିଏଫ) ଶଶି ପଲ ଉଦଘାଟନ କରିଥିଲେ । ଏହା ସମ୍ପୂର୍ଣ ଭାବରେ ଭର୍ଚ୍ଚୁଆଲ ମାଧ୍ୟମରେ କରାଯାଇଥିଲା ।