ନବୀନଙ୍କୁ ଚେତାବନୀ ଦେଲେ ତାରା, କାହିଁକି ଜାଣନ୍ତୁ

ନବୀନଙ୍କୁ ଚେତାବନୀ ଦେଲେ ତାରା, କାହିଁକି ଜାଣନ୍ତୁ

ନବୀନଙ୍କୁ ଚେତାବନୀ ଦେଲେ ତାରା, କାହିଁକି ଜାଣନ୍ତୁ
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସରାକରଙ୍କ ଉପରେ ବର୍ଷିଛନ୍ତି । ୨ ଲକ୍ଷ ଠିକା କର୍ମଚାରୀଙ୍କ ଚାକିରୀକୁ ନବୀକରଣ ନକରିବା ପାଇଁ ସରକାରଙ୍କ ନିଷ୍ପତିକୁ ନେଇ ଶ୍ରୀ ବାହିନୀପତି ସମାଲୋଚନା କରିଛନ୍ତି । ସରକାର ତୁରନ୍ତ ଏଭଳି ନିଷ୍ପତି ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଥିବାବେଳେ, ଯଦି ସରକାର ଦାବି ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ ହେବବୋଲି ଚେତାବନୀ ଦେଇଛନ୍ତି । ଏକ ଭିଡ଼ିଓ ବାର୍ତା ଯୋଗେ ତାରା କହିଛନ୍ତିଯେ, ନବୀନ ବାବୁ ପାଂଚ ପାଂଚ ଥର ମୁଖ୍ୟମନ୍ତ୍ରୀ ହେଲେ । ହେଲେ ବେକାରୀ ଯୁବକ ଯୁବତୀମାନଙ୍କୁ ଠିକା ନିଯୁକ୍ତି ଦେଇଛନ୍ତି । ଇଂଜିନିୟର, ପିଅନ, ପୁଲିସ ବି ଠିକାରେ ନିଯୁକ୍ତି ପାଇଛନ୍ତି । ଭାରତରେ କନେଷ୍ଟବଳ ଠିକା ନିଯୁକ୍ତି ପାଇଥିବାର ନଜିର ରହିଛି । ଏବେ ୨ ଲକ୍ଷ ଠିକା କର୍ମଚାରୀଙ୍କୁ ସରକାର ବାହାର କରିବା ପାଇଁ ନିଷ୍ପତି ନେଇଛନ୍ତି । ଖଣି ବେପାରୀଙ୍କ ଉପରେ ୫୯ ହଜାର କୋଟି ଟଙ୍କାର ଜରିମାନା ଟଙ୍କା ପଡ଼ିରହିଛି । ଚିଟଫଣ୍ଡ ଟଙ୍କା ବି ଦେଲେନି । ଯୁବକମାନଙ୍କ ମନରେ ବିଦ୍ରୋହ ସୃଷ୍ଟି ହେଲାଣି । ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଲେ ରାଜ୍ୟର ବିକାଶ ହେବ । ଯଦି ସେମାନଙ୍କୁ ବାହାର କରାଯାଏ ତେବେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବାହିନୀପତି କହିଛନ୍ତି ।