ନାଶାର ଚନ୍ଦ୍ର ମିଶନ ପାଇଁ ୧୮ ଜଣିଆ ଦଳରେ ଭାରତୀୟ, ଜାଣନ୍ତୁ କିଏ

ନାଶାର ଚନ୍ଦ୍ର ମିଶନ ପାଇଁ ୧୮ ଜଣିଆ ଦଳରେ ଭାରତୀୟ, ଜାଣନ୍ତୁ କିଏ

ନାଶାର ଚନ୍ଦ୍ର ମିଶନ ପାଇଁ ୧୮ ଜଣିଆ ଦଳରେ ଭାରତୀୟ, ଜାଣନ୍ତୁ କିଏ
ନୂଆଦିଲ୍ଲୀ :ଚନ୍ଦ୍ରକୁ ଯାଉଥିବା ମହାକାଶଚାରୀଙ୍କ ଅନ୍ତିମ ଚୟନ ହୋଇଛି । ଏଥିରେ ଆମେରିକୀୟ ନାଗରିକ ତଥା ଭାରତୀୟ ବଂଶଜା ରାଜା ଚାରୀ ରହିଥିବା ବେଳେ ଚନ୍ଦ୍ରକୁ ଯାଉଥିବା ୧୮ ଜଣିଆ ଦଳରେ ମହିଳାମାନେ ମଧ୍ୟ ସାମିଲ ଅଛନ୍ତି। ରାଜା ଚାରୀ ୨୦୧୭ ମସିହାରେ ଆର୍ଟେମିସ୍ ଚନ୍ଦ୍ର ମିଶନରେ ମନୋନୀତ ହୋଇ ଜ୍ୟୋତିର୍ବିଜ୍ଞାନ କର୍ପକୁ ଆସିଥିଲେ। ଜ୍ୟୋତିର୍ବିଜ୍ଞାନ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ପରିବାରର କିଛି ସଦସ୍ୟ ଏବେ ମଧ୍ୟ ଭାରତରେ ଅଛନ୍ତି । ଚନ୍ଦ୍ର ପୃଷ୍ଠରେ ବୁଲିବାର ଆମର ସବୁ ଆଶା ପୁରଣ ହୋଇଛି । ଏହି ମିଶନରେ ଜଡିତ ସମସ୍ତ ସଦସ୍ୟଙ୍କ ପାଇଁ ଏହା ଖୁବ ଗର୍ବର ବିଷୟ ବୋଲି କହିଛନ୍ତି ଟିମ ମୁଖ୍ୟ ଆଷ୍ଟ୍ରାନାଟ୍ ପେଟ ଫରେଷ୍ଟର । ପୂର୍ବରୁ ଭାରତରୁ ଚନ୍ଦ୍ରକୁ ଯାଇଥିବା କଳ୍ପନା ଚାୱଲା ଏବଂ ସୁନୀତା ୱିଲିୟମଙ୍କ ପରେ ତୃତୀୟ ନାଗରିକ ହେଉଛନ୍ତି ରାଜା ଚାରି ।