ନୂଆ ବର୍ଷରେ କଲେଜ ଖୋଲିବା ନେଇ ସମ୍ଭାବନା!

ନୂଆ ବର୍ଷରେ କଲେଜ ଖୋଲିବା ନେଇ ସମ୍ଭାବନା!

ନୂଆ ବର୍ଷରେ କଲେଜ ଖୋଲିବା ନେଇ ସମ୍ଭାବନା!
ଭୁବନେଶ୍ବର : ନୂଆବର୍ଷରେ କଲେଜ ଖୋଲି କ୍ଲାସ୍‌ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ । କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଶା ପ୍ରକାଶ କରିଛନ୍ତି । ତେବେ କଲେଜ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେହିପରି ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ ବୋଲି କହିଛନ୍ତି ଶାଶ୍ବତ ମିଶ୍ର । ସେହିପରି ପରୀକ୍ଷାକୁ ନେଇ ମଧ୍ୟ ମତ ରଖିଛନ୍ତି ସଚିବ । ଅନଲାଇନ୍‌ ପଢାକୁ ନେଇ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢିବ । ତେଣୁ କଲେଜ ଖୋଲିବା ପରେ କ୍ଲାସ୍‌ରେ ୭୦/୮୦ ଦିନ ପାଠ ପଢାଯିବା ପରେ ପରୀକ୍ଷା କରାଯିବ । ଯଦି ଖୋଲିବା ବିଳମ୍ବ ହେବ, ସିଲାବସ୍‌ ହ୍ରାସ ଚିନ୍ତା କରାଯାଇପାରେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ସଚିବ ।