ପବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ

ପବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ

ପବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାଙ୍କର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି। ଆଜି ସୁପ୍ରିମ୍‌ କୋର୍ଟ ରୁଦ୍ଧ ପ୍ରକୋଷ୍ଠ ମଧ୍ୟରେ ଦୋଷୀ ପବନ କୁମାର ଗୁପ୍ତାଙ୍କର କ୍ୟୁରେଟିଭ୍‌ ପିଟିସନ୍‌ର ଶୁଣାଣି କରୁଥିଲେ। ମୁକ୍ତ ଅଦାଲତରେ ପବନଙ୍କର କ୍ୟୁରେଟିଭ୍‌ ପିଟିସନ୍‌ର ମୌଖିକ ଶୁଣାଣି କରିବାକୁ ରବିବାର ଦିନ ତାଙ୍କ ଓକିଲ ଏ. ପି. ସିଂହ ସୁପ୍ରିମ୍‌ କୋର୍ଟଙ୍କ ରେଜିଷ୍ଟ୍ରିରେ ଆବେଦନପତ୍ର ଦାଖଲ କରିଥିଲେ। କ୍ୟୁରେଟିଭ୍‌ ପିଟିସନ୍‌ରେ ପବନ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଥିଲେ ଯେ ଅପରାଧ ଘଟିଥିବା ଦିନ ତାଙ୍କୁ ୧୬ ବର୍ଷ ୨ ମାସ ହୋଇଥିଲା। ଏହି ତଥ୍ୟ ତାଙ୍କ ସ୍କୁଲ୍‌ ରେକର୍ଡରୁ ସଂଗ୍ରହ କରାଯାଇଛି। କିନ୍ତୁ, ତାଙ୍କ ମାମଲା ବିଚାର ଓ ରାଜକ୍ଷମା ଆବେଦନରେ ଏହି ତଥ୍ୟକୁ ଗୁପ୍ତ ରଖା ଯାଇଥିଲା। ତେଣୁ ଫାଶୀ ପରିବର୍ତ୍ତେ ତାଙ୍କୁ ଆଜୀବନ କରାଦଣ୍ଡ ଦିଆଯାଉ ବୋଲି ସେ ନିବେଦନ କରିଥିଲେ।