ପାଦକୁ ସୁନ୍ଦର ରଖିବାର ଉପାୟ ...

ପାଦକୁ ସୁନ୍ଦର ରଖିବାର ଉପାୟ ...

ପାଦକୁ ସୁନ୍ଦର ରଖିବାର ଉପାୟ ...
ଶୀତଋତୁରେ ପାଦ ଫଟା ଅନ୍ୟତମ ମୁଖ୍ୟ ସମସ୍ୟା । ଘର ଭିତରେ ହେଉ କିମ୍ବା ବାହାରେ ସବୁଠାରେ ପାଦରେ ମୋଜା ଓ ସ୍କିପର ପିନ୍ଧିବା ଏଇଦିନେ ଜରୁରୀ । କାରଣ ଶୀତରେ ବିଶେଷ କରି ଚଟାଣରେ ଧୂଳି ମଳି ଜମି ପାଦରେ ଲାଗି ତାହା କାରଣରୁ ପାଦ ଫଟା ସମସ୍ୟା ଉପୁଜିଥାଏ । ବୁ୍ୟଟିସିଆନଙ୍କ ମତରେ ଅନ୍ୟ ଋତୁରେ ମାସକୁ ଥରୁଟିଏ ପେଡିକିୟୋର କରାଯାଇପାରିବ । ଶୀତଦିନେ କିନ୍ତୁ ମାସକୁ ଅତିକମରେ ୩ ଥର ପେଡିକିୟୋର କରାନ୍ତୁ । ଚେଷ୍ଟା କରନ୍ତୁ ଯେପରି ପାଦକୁ ଶୁଖିଲା ରଖିବେ । କାରଣ ପାଣି ଲାଗିଲେ ପାଦ ଫାଟିଥାଏ । ପାଦ ପାଇଁ ସ୍ୱତନ୍ତ୍ର ମଏଶ୍ଚରାଇଜର ଓ କି୍ରମ ମିଳିଥାଏ । ଅନଲାଇନ ସାଇଟରେ କିମ୍ବା ସପିଂ ମଲ୍ରୁ ଭଲ କମ୍ପାନୀର ପାଦ କି୍ରମ ଆପଣ କିଣିପାରିବେ । ନିୟମିତ ରାତିରେ ଶୋଇବା ପୂର୍ବରୁ ନଖଉଷୁମ ପାଣିରେ ପାଦ ବୁଡ଼ାଇ କିଛି ସମୟ ରଖନ୍ତୁ । ଏହା ପରେ ପାଦକୁ ଭଲ ଭାବେ ଟାୱେଲରେ ପୋଛି ମୋଜା ପିନ୍ଧି ଶୋଇବାକୁ ଯାନ୍ତୁ । ପାଦ ପାଇଁ ତେଲ ସବୁଠୁ ଭଲ ମଏଶ୍ଚରାଇଜର ଅଟେ । ପାଦ ଅଧିକ ଫାଟୁଥିଲେ ତେଲ ହଳଦୀର ପ୍ୟାକ୍ ଲଗାନ୍ତୁ । ପାଦ ଫଟା ସମୟ କ୍ରମେ କମ୍ ହୋଇଯିବ ।