ସ୍ମାର୍ଟ ଗୃହିଣୀଙ୍କ ନିମନ୍ତେ ଟିପ୍ସ

ସ୍ମାର୍ଟ ଗୃହିଣୀଙ୍କ ନିମନ୍ତେ ଟିପ୍ସ

ସ୍ମାର୍ଟ ଗୃହିଣୀଙ୍କ ନିମନ୍ତେ ଟିପ୍ସ
ଆଜିକାଲି ବିଭିନ୍ନ ଅନ୍-ଲାଇନ ସାଇଟ୍ରେ ସଉଦା ବିକି୍ର ହେବା ସହ ସେଥିରେ ପର୍ଯ୍ୟାପ୍ତ ପରିମାଣର ରିଆତି ମଧ୍ୟ ମିଳୁଛି । ବ୍ରାଣ୍ଡ ଦେଖି ଆପଣ ସେସବୁ କିଣିପାରିବେ । ବଡ଼ଦିନ, ନୂଆ ବର୍ଷ ନିମନ୍ତେ ସପିଂ ମଲ ଓ ଅନଲାଇନ ସାଇଟ୍ରେ ଆକର୍ଷଣୀୟ ଅଫରମାନ ଲାଗିଥାଏ । ଯଦିଓ ଘରେ ସଉଦା ମହଜୁଦ ଅଛି, ତଥାପି ଆପଣ ଅଧିକ ସାମଗ୍ରୀ କିଣି ସେ ସବୁ ସୁରକ୍ଷିତ ଭାବେ ରଖିବାକୁ ଚେଷ୍ଟା କରନ୍ତୁ । କୌଣସି ସାମଗ୍ରୀ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ତାହା ପୂର୍ବରୁ କିଛି ରଖିବା ବୁଦ୍ଧିମାନର ପରିଚୟ ଅଟେ । ସପ୍ତାହରେ ୨ ଦିନ ସପିଂ ପାଇଁ ମଲ୍ ଯାନ୍ତୁ । କାରଣ ଗୋଟିଷ ଦିନରେ ସବୁକିଛି କିଣାକିଣି କରିବା ସମ୍ଭବପର ନୁହେଁ । ଏ ସବୁ ନେବାଆଣିବାରେ ମଧ୍ୟ ଅସୁବିଧା ଉପୁଜିଥାଏ । ରନ୍ଧା ତେଲ ୧ ଲିଟର ପ୍ୟାକେଟ୍ ପରିବର୍ତ୍ତେ ୫ ଲିଟରର ବଡ଼ ଜାର ଆଣନ୍ତୁ । ଏଥିରେ ନିହାତି ଭାବେ ରିଆତି ମିଳିଥାଏ । ଖାଦ୍ୟ ସାମଗ୍ରୀ କିମ୍ବା ପ୍ୟାକଟ୍ ସାମଗ୍ରୀ କିଣିବା ସମୟରେ ଏଥିରେ ଏକ୍ସପ୍ୟାରୀ ଡେଟ୍ ଭଲଭାବେ ଦେଖିନିଅନ୍ତୁ । କେବଳ ବହୁ ପରିମାଣରେ ଖାଦ୍ୟ ସାମଗ୍ରୀ କିଣିଦେଲେ ସମସ୍ୟାର ସମାଧାନ ହୋଇନଥାଏ । ବରଂ ଏହାକୁ ସୁରକ୍ଷିତ ଭାବେ କୌଣସି ଏକ ସ୍ଥାନରେ ରଖିବାର ଯୋଜନା କରନ୍ତୁ । ଯେପରି ଅସରପା, ପୋକ ଇତ୍ୟାଦି ସେଥିରେ ନ ଲାଗିବେ । ସ୍ମାର୍ଟ ଗୃହିଣୀ ରୋଷେଇ କରିବା ସମୟରେ ମଧ୍ୟ ସତର୍କ ରୁହନ୍ତୁ । ଗ୍ୟାସ ପରିବର୍ତ୍ତେ ଆପଣ ଇଣ୍ଡକସନ ଚୁଲା ବ୍ୟବହାର କରନ୍ତୁ । କମ ବିଦୁ୍ୟତ ଖର୍ଚ୍ଚରେ ଆପଣ ସଙ୍ଗେ ସଙ୍ଗେ ରୋଷେଇ କରିପାରିବେ । ବିଶେଷଜ୍ଞଙ୍କ ମତରେ ଇଣ୍ଡକସନ ରନ୍ଧା ଖାଦ୍ୟ ସ୍ୱାସ୍ଥ୍ୟ ଉପରେ କୌଣସି କୁପ୍ରଭାବ ପକାଇନଥାଏ ।