ପୁଣି ଅଶାନ୍ତ ଭାରତ-ଚୀନ୍ ସୀମା, ଭାରତୀୟ ସେନାର ଜଣେ ଅଫିସରଙ୍କ ସହ ୨ଯବାନ ସହିଦ ।

ପୁଣି ଅଶାନ୍ତ ଭାରତ-ଚୀନ୍ ସୀମା, ଭାରତୀୟ ସେନାର ଜଣେ ଅଫିସରଙ୍କ ସହ ୨ଯବାନ ସହିଦ ।

ପୁଣି ଅଶାନ୍ତ ଭାରତ-ଚୀନ୍ ସୀମା, ଭାରତୀୟ ସେନାର ଜଣେ ଅଫିସରଙ୍କ ସହ ୨ଯବାନ ସହିଦ ।
ଏବେ ପୁଣି ଅଶାନ୍ତ ହୋଇଛି ସୀମା । ଗଲ୍ୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଘଟି ଭାରତୀୟ ସେନାର ଜଣେ କର୍ଣ୍ଣେଲ୍ ପାହ୍ୟାର ଅଧିକାରୀ ଏବଂ ଦୁଇଜଣ ଯବାନ ସହିଦ ହୋଇଛନ୍ତି । କିଛି ଦିନର ବିରତି ପରେ ପୁଣି ସୀମାରେ ଉତ୍ତେଜନା ଦେଖାଦେଇଛି । ଗତ କିଛି ତଳେ LAC ସୀମାରେ ଭାରତର ରାସ୍ତା ନିର୍ମାଣକୁ ନେଇ ଚୀନ୍ ସେନା ସହିତ ବିବାଦ ଦେଖାଦେଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି କିଛିଟା ଶାନ୍ତ ପଡିଥିଲା । କିନ୍ତୁ ଏବେ ପୁଣି ଅଶାନ୍ତ ହୋଇଛି ସୀମା । ଲଦ୍ଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ଯବାନ ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଭାରତର ଜଣେ ଅଧିକାରୀ ଓ ୨ ଯବାନ ସହିଦ ହୋଇଥିବାର ଖବର ମିଳିଛି । ପ୍ରାୟ ୫୦ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ଏଭଳି ସ୍ଥିତି ଦେଖାଦେଇଛି । ସୂଚନାଯୋଗ୍ୟ ଯେ, ଗତମାସରେ ଉଭୟ ଦେଶରେ ସୀମା ବିବାଦ ଦେଖାଦେଇଥିଲା । ସୀମାରେ ଭାରତର ରାସ୍ତା ନିର୍ମାଣକୁ ଚୀନ୍ ପ୍ରବଳ ବିରୋଧ କରିଥିଲା । ଯାହାର ପରିସ୍ଥିତି ଏପରି ହୋଇଥିଲା କି ଉଭୟ ଦେଶ ସୀମାରେ ବିପୁଳ ପରିମାଣର ସେନା ମୃତୟନ କରିଥିଲେ । ଗତମାସରେ ସୀମା ବିବାଦ ହଟାଇବାକୁ ଦୁଇ ଦେଶ ମଧ୍ୟରେ ୧୫ଦିନରେ ୩ଥର ବୈଠକ ବସିଥିଲା । କିନ୍ତୁ ଫଳାଫଳ ସେତେଟା ଭଲ ହୋଇନଥିଲା । ତେବେ ସୀମାରେ ଧୀରେ ଧୀରେ ସ୍ଥିତି ସୁଧୁରୁଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ଏପରି ଏକ ଖବର ଆସିଛି ।