ଫଡନାଭିସଙ୍କ ତରବରିଆ ଶପଥର ରହସ୍ୟ ଖୋଲିଲେ ବିଜେପି ନେତା

ଫଡନାଭିସଙ୍କ ତରବରିଆ ଶପଥର ରହସ୍ୟ ଖୋଲିଲେ ବିଜେପି ନେତା

ଫଡନାଭିସଙ୍କ ତରବରିଆ ଶପଥର ରହସ୍ୟ ଖୋଲିଲେ ବିଜେପି ନେତା
ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେବାର ରହସ୍ୟ ଉନ୍ମୋଚନ କରିଛନ୍ତି ବରିଷ୍ଠ ବିଜେପି ନେତା ଅନନ୍ତ କୁମାର ହେଗଡେ । କର୍ଣ୍ଣାଟକରେ ଏକ ନିର୍ବାଚନୀ ପ୍ରଚାର ସଭାରେ ସେ କହିଛନ୍ତି, ଆବଶ୍ୟକ ସଂଖ୍ୟା ନଥିବା ବିଷୟ ଜଣାଥାଇ ମଧ୍ୟ ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ସେ ଏହି ପଦରେ ପ୍ରାୟ ୮୦ ଘଣ୍ଟା ରହିଲେ । ଏହା କରିବାର କାରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ୪୦ ହଜାର କୋଟିରୁ ଅଧିକ ଅର୍ଥ ରହିଥିଲା । ଶିବସେନା-ଏନସିପି-କଂଗ୍ରେସ ସରକାର ଆସିଲେ ସେହି ଅର୍ଥ ବିକାଶମୂଳକ କାର୍ଯ୍ୟରେ ନଲାଗି ନିଶ୍ଚିତଭାବେ ଅପବ୍ୟବହାର ହୋଇଥାନ୍ତା । ସେହି ଅର୍ଥକୁ ନିରାପଦ ରଖିବା ଲାଗି ଫଡ଼ନାଭିସଙ୍କୁ ୧୫ ଘଣ୍ଟା ସମୟ ଲାଗିଥିଲା ବୋଲି ହେଗଡେ କହିଛନ୍ତି । ତେଣୁ ଏଥିପାଇଁ ପୂର୍ବରୁ ଡ୍ରାମା ରଚାଯିବାର ଆବଶ୍ୟକତା ରହିଥିଲା ବୋଲି ହେଗଡେ କହିଛନ୍ତି ଅନ୍ୟପକ୍ଷରେ ଦେବେନ୍ଦ୍ର ଫଡ଼ନାଭିସ ଏହି ଦାବିକୁ ଖଣ୍ଡନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ରହିବା ଭିତରେ ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ରାଜ୍ୟର ଅର୍ଥ ବିଭାଗ ଏହି ଦାବିର ତଦନ୍ତ କରିପାରିବ ବୋଲି ସେ କହିଛନ୍ତି ।