ପୁଣି ଆନ୍ଧ୍ରର ଦାଦାଗିରି, କୋଟିଆରେ ଲଗାଇଲା ନାମଫଳକ

ପୁଣି ଆନ୍ଧ୍ରର ଦାଦାଗିରି, କୋଟିଆରେ ଲଗାଇଲା ନାମଫଳକ

ପୁଣି ଆନ୍ଧ୍ରର ଦାଦାଗିରି, କୋଟିଆରେ ଲଗାଇଲା ନାମଫଳକ

କୋରାପୁଟ: ଦିନକୁ ଦିନ ଓଡିଶାରେ ସୀମାନ୍ତରେ ଆନ୍ଧ୍ରର ଦାଦାଗିରି ବଢିବାରେ ଲାଗିଛି। ନିକଟରେ କୋଟିଆର ଗ୍ରାମ ଗୁଡିକରେ ତେଲୁଗୁ ଭାଷାରେ ଶିକ୍ଷାଦାନ ହେବାକୁ ନିଷ୍ପତ୍ତି ହୋଇଥିଲା । ଏବେ କୋଟିଆର ବିଭିନ୍ନ ଗାଁରେ ଆନ୍ଧ୍ର ପକ୍ଷରୁ ତେଲୁଗୁ ଭାଷାରେ ନାମଫଳକ ଲଗାଇଛି  । ଗୋଟିଏ ପଟେ କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ଗୁଲାବର ମୁକାବିଲାରେ ବ୍ୟସ୍ତ ରହିଥିବା ବେଳେ ପୁଣିଥରେ ଓଡିଶା ସୀମାରେ ନିଜ ଦାଦାଗିରି ଦେଖାଇଛି ଆନ୍ଧ୍ର ପ୍ରଶାସନ । ଏଥିପାଇଁ ଆନ୍ଧ୍ରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ତାରିଖରେ ଆନ୍ଧ୍ର ସରକାର ଓଡିଶା ଫାଟୁ ସିନେରି ଗାଁରେ ଫଳକ ଲଗାଇବାକୁ ଉଦ୍ୟମ କରିଥିଲେ । ତେବେ ଓଡିଶାର ସୀମାନ୍ତ ବାସୀଙ୍କ ଗଣଆନେ୍ଦାଳନ ଯୋଗୁ ଆନ୍ଧ୍ର ସରକାର ଏଥିରେ ବିଫଳ ହୋଇଥିଲେ । ବର୍ତ୍ତମାନ ଦେଢ ମାସ ପରେ ପୁଣିଥରେ କେବଳ ଫାଟୁସିନେରି ଗାଁ ସହିତ ଫଗୁଣସିନେରୀ, ମାଡକାର ଏବଂ ଡୋଲିଆମ୍ବା ଗାଁରେ ବି ତେଲୁଗୁ ଭାଷାରେ ନାମଫଳକ ଲାଗିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କୋଟଆ ବିବାଦ ବଢିବାରେ ଲାଗିଛି ।