ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ୨ ଲଘୁଚାପ
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ୨ ଲଘୁଚାପ
ଭୁବନେଶ୍ୱର: ଗତ ମାସକ ମଧ୍ୟରେ ଲାଗ ଲାଗ ଲଘୁଚାପ ଫଳରେ ଅସ୍ତବ୍ୟସ୍ତ ଜନଜୀବନ। ବାତ୍ୟା ‘ଗୁଲାବ’ ଦୁର୍ବଳ ହୋଇ ଲଘୁଚାପର ରୂପ ନେବା ସହିତ ପଶ୍ଚିମ ଭାରତ ମୁହାଁ ହୋଇଥିବା ବେଳେ ଏବେ ବଙ୍ଗୋପ ସାଗରରେ ଆଉ ୨ଟି ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସେପ୍ଟମ୍ବର ୨୯ରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଆଗାମୀ ୨ସପ୍ତାହ ପର୍ୟ୍ୟନ୍ତ ଓଡିଶାରେ ବର୍ଷା ଜାରି ରହିବ ବୋଲି ଜଣାପଡିଛି । ୨୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଓଡିଶରେ ୨୯,୩୦ ଦୁଇ ଦିନ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହା ପଶ୍ଚିମ ବଙ୍ଗ ଉପକୂଳ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାିଛି । ସେହିପରି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅକ୍ଟୋବର ୯ରେ ଅନ୍ୟ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଓଡିଶାର ଅଧିକ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।