ବାହା ହେବେ ଆଲିଆ-ରଣବୀର!
ବାହା ହେବେ ଆଲିଆ-ରଣବୀର!
ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧିହେବେ ରଣବୀର ଆଲିଆ । ଆଲିଆଙ୍କ ହାତରେ ଲାଗିବ ରଣବୀର କପୁରଙ୍କ ନାଁ’ର ମେହେନ୍ଦି। ବଲିଉଡ୍ରେ ବାଜିବ ସାହାନାଇ। ପୂର୍ବରୁ ମଧ୍ୟ ଉଭୟଙ୍କ ବିବାହକୁ ନେଇ ବହୁ ଥର ଚର୍ଚ୍ଚା ହୋଇଥିବା ବେଳେ ଏଥର କିନ୍ତୁ ବିବାହ ଫାଇନାଲ କରିବାକୁ ଉଭୟ ଯୋଧପୁର ଯାଇଥିବା ଶୁଣିବାକୁ ମିଳୁଛି । ଆସନ୍ତା ୨୯ ତାରିଖରେ ରଣବୀର କପୁର ନିଜ ୩୯ତମ ଜନ୍ମଦିନ ପାଳନ କରିବେ । ଏଥି ନିମନ୍ତେ ଏହି ପ୍ରେମ ପକ୍ଷୀ ଏବେ ଯୋଧପୁରରେ ପହଞ୍ଚିଛନ୍ତି ବୋଲି ସୂଚନା ମିଳିଛି । ଯୋଧପୁରରେ ଉଭୟ ହାତ ଧରାଧରି ହୋଇଥିବା ଫଟୋ ଭାଇରାଲ ହେବା ପରେ, ଏହା ପଛରେ ଏକ ବଡ କାରଣ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ ଉଭୟଙ୍କ ପକ୍ଷରୁ କିଛି ଅଫିସିଆଲି ଘୋଷଣା କରାଯାଇ ନାହିଁ ।
ନିଜ ବିବାହ ସମ୍ପର୍କିତ ଏକ ପ୍ରଶ୍ନରେ ଗତବର୍ଷ ରଣବୀର କହିଥିଲେ ଯେ, ଯଦି କରୋନା ଭାଇରସ୍ ମହାମାରୀ ଆସିନଥାନ୍ତା, ତାହେଲେ ଏପର୍ୟ୍ୟନ୍ତ ବିବାହ ସରିଯାଇଥାନ୍ତା । ଆଲିୟାଙ୍କ ସହ ବିବାହ ଖବରକୁ ନେଇ ରଣବୀର କହିଥିଲେ, ଯଦି ମହାମାରୀ ଆମ ଜୀବନରେ ପ୍ରବେଶ କରିନଥାନ୍ତା, ତାହେଲେ ଏପର୍ୟ୍ୟନ୍ତ ଆମର ବିବାହ ସରନ୍ତାଣି । କିନ୍ତୁ ଏବେ ମୁଁ ଏହା ଉପରେ କିଛି ବି କହି ନିଜକୁ ଦୁର୍ଭାଗ୍ୟ ମନେ କରିବାକୁ ଚାହେଁ ନାହିଁ । କିନ୍ତୁ ଖୁବଶୀଘ୍ର ମୁଁ ନିଜର ଏହି ଲକ୍ଷ୍ୟ ପୂରଣ କରିବି ।
ସୂଚନା ମୁତାବକ, ୨୦୧୭ରୁ ଆଲିଆ ଏବଂ ରଣବୀର ରିଲେସନ୍ସିପ୍ରେ ଅଛନ୍ତି । ଉଭୟ ପରସ୍ପରର ପରିବାର ସହିତ ମଧ୍ୟ ବହୁତ ଭଲ ସମ୍ପର୍କ ରଖିଛନ୍ତି । ତେବେ ଯୋଧପୁରର ଟ୍ରିପର ପ୍ରକୃତ କାରଣ କ’ଣ ତାହା ଆଗାମି ଦିନରେ ଜଣାପଡିବ ।