ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ
ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ପରଲୋକ
ଭୁବନେଶ୍ବର: ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କ ଭୁବନେଶ୍ୱରରେ ଆଜି ସକାଳେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ବାଲିକୁଦା ବ୍ଲକ୍ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ କନିଷ୍ଠ ପୁତ୍ର ହେଉଛନ୍ତି ଉମେଶ। ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ସ୍ବର୍ଗତ ସ୍ବାଇଁ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ। କିଛି କରିବାର ଆଶା ନେଇ ଓ ଅଞ୍ଚଳର ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ସେ ୨୦୧୪ରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ। ବିଜୁ ବାବୁଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଉମେଶ ରାଜନୀତିକୁ ଆସିଥିଲେ। ସେ ୧୯୯୭୭ ରୁ ୧୯୮୦, ୧୯୯୦ ରୁ ୧୯୯୫, ୨୦୦୦ ରୁ ୨୦୦୫, ୨୦୦୫ ରୁ ୨୦୦୯ ଯାଏଁ ସେ ବିଧାୟକ ଥିଲେ । ତେବେ ଜନ୍ମମାଟି ଜଗତସିଂହପୁର ମାଛଗାଁରେ ଉମେଶ ସ୍ବାଇଁଙ୍କ ଶେଷକୃତ୍ୟ କରାଯିବ ।




admin 