ପୋଖରୀରୁ ଦୁଇ ନାବାଳିକାଙ୍କ ଶବ ଉଦ୍ଧାର : ଦୁଷ୍କର୍ମ ସନେ୍ଦହ

ପୋଖରୀରୁ ଦୁଇ ନାବାଳିକାଙ୍କ ଶବ ଉଦ୍ଧାର : ଦୁଷ୍କର୍ମ ସନେ୍ଦହ

ପୋଖରୀରୁ ଦୁଇ ନାବାଳିକାଙ୍କ ଶବ ଉଦ୍ଧାର : ଦୁଷ୍କର୍ମ ସନେ୍ଦହ
ଫତେପୁର : ଉତ୍ତରପ୍ରଦେଶର ଏକ ପୋଖରୀରୁ ଦୁଇ ଜଣ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳିକାଙ୍କ ପରିବାର ପକ୍ଷରୁ ଦୁଷ୍କର୍ମର ଅଭିଯୋଗ କରାଯାଇଛି । ପରିବାର ପକ୍ଷରୁ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ପାଣିରେ ବୁଡିଥିବାରୁ ମୃତ୍ୟୁ ହୋଇଥିବାର ଅଭିଯୋଗ କରାଯାଇଛି । ସୋମବାର ଫତେପୁର ଅନ୍ତର୍ଗତ ଅସୋଧର ଗ୍ରାମରେ ଏହି ଘଟଣା ଘଟିଛି । ଫତେପୁର ଏସପି ପ୍ରଶାନ୍ତ ବର୍ମା ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ଏସପି କହିଛନ୍ତି । ସେହିପରି ଦୁଇ ଭଉଣୀଙ୍କ ହାତ ପାଦ ବନ୍ଧା ଯାଇଥିବା ନେଇ ସୋସିଆଲ ମିଡିଆରେ ଆସୁଥିବା ଗୁଜବ ସତ୍ୟ ନୁହେଁ ବୋଲି ଏସପି କହିଛନ୍ତି । ତେବେ ଝିଅ ଦୁଇଙ୍କ ପରିବାର ପକ୍ଷରୁ ଦୁଷ୍କର୍ମ ଅଭିଯୋଗ କରାଯାଇଛି । ଶବ ବାହାର କରିଥିବା ୩-୪ ଜଣଙ୍କୁ ପୋଲିସ ଅଟକ ରଖିଛି । ସତ୍ୟକୁ ଅନ୍ଧାରରେ ରଖିବା ପାଇଁ ପୋଲିସ ପକ୍ଷରୁ ଏଭଳି କରାଯାଉଛି ବୋଲି ମା’ ଅଭିଯୋଗ କରିଛି । ଏହି ଘଟଣା ପରେ ଆହ୍ଲାବାଦ ଆଇଜି କବୀନ୍ଦ୍ର ପ୍ରତାପ ସିଂ ଅପରାଧ ସ୍ଥଳ ପରିଦର୍ଶନରେ ଆସିଛନ୍ତି ।