ପୋଲିସ ହାତରେ କୁଖ୍ୟାତ ସାଇବର ଲୁଟେରା, ଅଭିନବ ଢଙ୍ଗରେ ଲୁଟୁଥିଲେ ଟଙ୍କା..
ପୋଲିସ ହାତରେ କୁଖ୍ୟାତ ସାଇବର ଲୁଟେରା, ଅଭିନବ ଢଙ୍ଗରେ ଲୁଟୁଥିଲେ ଟଙ୍କା..
admin
Dec 3, 2019 - 02:39
Updated: Dec 3, 2019 - 02:39
କଟକ : ୱେବ ସାଇଟ ମାଧ୍ୟମରେ କରୁଥିଲେ ଲକ୍ଷ ଲକ୍ଷ ଟଙ୍କାର ଲୁଟ। ଦିର୍ଘ ମାସର ଛକା ପଞ୍ଝା ପରେ ସେସରେ ସାଇବର ଥାନା ପୋଲିସ ହାତରେ ଧରା ପଡିଲେ ଲୁଟେରା। ପୋଲିସ ଦୀର୍ଘ ୧୦ ମାସ ରୁ ଉର୍ଦ୍ଧ ସମୟ ଉକ୍ତ ବ୍ୟକ୍ତି ମାନଙ୍କୁ ଠାବ କରିବାକୁ ଲାଗିଥିଲା। ହେଲେ ଶେଷରେ ମିଳିଲା ସଫଳତା ସୁଦୂର ବିହାର ରାଜ୍ୟର ପାଟଣା ର ଏକ ଆପାର୍ଟମେଂଟରୁ ଗିରଫ କଲା ସାଇବର ପୋଲିସ। ତାଙ୍କ ନିକଟରୁ ନଗଦ ୮ ଲକ୍ଷ ଅଣ ସଠି ହଜାର ଟଙ୍କା ସହ ୪୭ ଟି ଏ ଟି ଏମ, ନୋଟ ବୁକ, ୧୬ ଟି ମୋବାଇଲ,ଚେକ ବୁକ ଏବଂ ବହୁ ମିଛ ପରିଚିତ ପତ୍ର ଜବତ କରିଛି। ସମସ୍ତ ତଥ୍ୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏ. ଡି. ଜି ସନ୍ତୋଷ ଉପାଧ୍ୟକ୍ଷ।
ସୂଚନାମୁତାବକ ଢେଙ୍କାନାଳ ଭୁବନର ଓମ ପ୍ରକାଶ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ରିଲାଏନ୍ସ ପେଟ୍ରୋଲ ପମ୍ପ ର ଫ୍ରାଞ୍ଚାଇସ ଦେବା ନାମ ଠକେଇ କରୁଥିବା ୩ ଅପରାଧି ମାନଙ୍କୁ ଧରିଛି କ୍ରାଇମବ୍ରାଞ୍ଚ ର ସାଇବର ଥାନ।ମିଛ ୱେବସାଇଟ ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ୪୦ ଲକ୍ଷ ୪୫ ହଜା ଲୁଟିଥିଲେ । ରିଲାଏନ୍ସ ଡ଼ଟ ଓଆର ଜି ନାମକ ଏକ ୱେବ ସାଇଟ ମାଧ୍ୟମରେ ୦୧.୧୧.୨୦୧୮ ରେ ଓମ ପ୍ରକାଶ ଏକ ପେଟ୍ରୋଲ ପମ୍ପ ପାଇଁ ଆବେଦନ କରିଥିଲେ। ଠିକ ପରଦିନ ତାଙ୍କୁ କମ୍ପାନୀ ରୁ ଇ ମେଲ ଆସିଥିଲା ଏବଂ ନଭେମ୍ବର ୩ ତାରିଖରେ ଆକାଂକ୍ଷା ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି କମ୍ପାନୀ ର କର୍ମଚାରୀ କହି ଅଗ୍ରୀମ ପୈଠ କରିବାକୁ କହିଥିଲେ। ପରେ ଏହିଭଳି ବିଭିନ୍ନ କିସ୍ତିରେ ୪୦ ଲକ୍ଷ ୪୫ ହଜାର ଟଙ୍କା ସେମାନଙ୍କ ଠାରୁ ଲୁଟ କରିଥିଲେ। ଗିରଫ ହୋଇଥିବା ଅପରାଧି ମାନେ ହେଲେ ଆକାଶ କୁମାର, ଶୁଭମ ପ୍ରିୟଦର୍ଶୀ ଓ କୌସେଳେନ୍ଦ୍ର କୁମାର । ଏମାନେ ସମସ୍ତେ ଓଡିଶା ବାହାରର। ସମସ୍ତଙ୍କୁ ସାଇବର ଥାନା ପୋଲିସ ଭୁବନ କୋର୍ଟରେ ଆଜିହାଜର କରାଇବ।