ପ୍ରଚାରପତ୍ର ଦେଇ କରୋନା ବାଂଟୁଛି ବିଜେପି: ଅଖିଳେଶ

ପ୍ରଚାରପତ୍ର ଦେଇ କରୋନା ବାଂଟୁଛି ବିଜେପି: ଅଖିଳେଶ

ପ୍ରଚାରପତ୍ର ଦେଇ କରୋନା ବାଂଟୁଛି ବିଜେପି: ଅଖିଳେଶ

ମୁଜାଫରନଗର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଉଷ୍ମତା ଯେତିକି ବଢ଼ୁଛି ବାକ୍‌ଯୁଦ୍ଧ ମଧ୍ୟ ସେତି ବଢ଼ିଛି। ଏହିକ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସିଧାସଳଖ ବିଜେପି ନେତା ଓ କର୍ମୀମାନେ ଲୋକଙ୍କୁ ପ୍ରଚାରପତ୍ର ଧରାଇ କରୋନା ବାଣ୍ଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଶୁକ୍ରବାର ମୁଜାଫରନଗରରେ ଅଖିଲେଶ ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି। ଏଥିସହ ନିର୍ବାଚନ କମିଶନ ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି।

କରୋନା ସଂକ୍ରମଣ କାରଣରୁ ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ କରିଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଅଖିଲେଶ ଯାଦବ କହିଛନ୍ତି, “ଭାରତୀୟ ଜନତା ପାର୍ଟିର ଲୋକମାନେ କରୋନା ସଂକ୍ରମଣ ବୃଦ୍ଧି କରିବା ପାଇଁ ଲୋକଙ୍କ ହାତରେ ଦଳୀୟ ପ୍ରଚାରପତ୍ର  ଧରାଉଛନ୍ତି। ସେମାନେ ଏଥିରେ ଲାଳ ମଧ୍ୟ ମାରୁଥିବାରୁ ଭିଡିଓ ସାମ୍ନାକୁ ଆସୁଛି। ତେଣୁ ନିର୍ବାଚନ କମିଶନ ବିଜେପିର ଏପରି କାମକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଦରକାର।”

ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ ଡୋର ଟୁ ଡୋର ପ୍ରଚାର କରିଥିଲେ। ସେ ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ଦଳୀୟ ପ୍ରଚାରପତ୍ର ଦେଇଥିଲେ। ତେବେ ଏହି ସମୟରେ ସେ ପାମ୍ପ୍ଲେଟରେ ଛେପ ମାରୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ଆଧାର କରି ଅଖିଲେଶ ବିଜେପିକୁ ଟାର୍ଗେଟ କରିଛନ୍ତି।