ପ୍ଲେଟରେ ଖାଦ୍ୟ ନଷ୍ଟ କରନାହିଁ: ଚୀନ ରାଷ୍ଟ୍ରପତି

ପ୍ଲେଟରେ ଖାଦ୍ୟ ନଷ୍ଟ କରନାହିଁ: ଚୀନ ରାଷ୍ଟ୍ରପତି

ପ୍ଲେଟରେ ଖାଦ୍ୟ ନଷ୍ଟ କରନାହିଁ: ଚୀନ ରାଷ୍ଟ୍ରପତି
ବେଜିଂ: ବିଶ୍ୱର ସବୁଠୁ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଚୀନ । ଏଠାରେ ଦୈନିକ ଲୋକମାନେ ପ୍ଲେଟରେ ଯେଭଳି ଖାଦ୍ୟ ନଷ୍ଟ ନ କରିବେ ସେଥିପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି । ଲୋକମାନେ ଖାଦ୍ୟ ଖାଇବା ସମୟରେ ସମ୍ପୂର୍ଣ୍ଣ ଖାଦ୍ୟ ଖାଉନାହାନ୍ତି । ବିପୁଳ ପରିମାଣର ଖାଦ୍ୟ ଛାଡ଼ି ଦେଉଛନ୍ତି ବା ଫିଙ୍ଗି ଦେଉଛନ୍ତି । ବନ୍ୟା, ମହାମାରୀ, ପଙ୍ଗପାଳ ଏବଂ ବାଣିଜ୍ୟ ଯୁଦ୍ଧ ଆଦି କାରଣରୁ ଖାଦ୍ୟ ଯୋଗାଣ ଶୃଙ୍ଖଳ ଉପରେ ଚାପ ସୃଷ୍ଟି ହୋଇଛି । ତେଣୁ ଏହି ଚାପଗ୍ରସ୍ତ ଓ ଭଙ୍ଗୁର ଖାଦ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ରାଷ୍ଟ୍ରପତି ଏପରି ଏକ ଅଭିଯାନ ଆରମ୍ଭ କରିଛନ୍ତି । ‘ପ୍ଲେଟ ସଫା କର ଅଭିଯାନ’ ଉପରେ ଦେଶବାସୀ ତ୍ୱରିତ ପ୍ରତିକି୍ରୟା ପ୍ରକାଶ କରିଛନ୍ତି । ସରକାରଙ୍କ ନିଦେ୍ର୍ଧଶରେ ପରିଚାଳିତ ହେଉଥିବା ଗଣମାଧ୍ୟମ ସମେତ କ୍ୟାଟରିଂ ସଂଘ ଏଥିରେ ଯୋଗ ଦେଇଛନ୍ତି । ଜାତୀୟ ବିଧାନପାଳିକା ପକ୍ଷରୁ ଏଥିପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତି ପାଇଁ ଯୋଜନା ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ମାଧ୍ୟମରେ ଚୀନ ରାଷ୍ଟ୍ରପତି ଲୋକଙ୍କ ଦୈନନ୍ଦିନ ଜୀବନର ଅଭ୍ୟାସ ଓ ଶୃଙ୍ଖଳାରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସାଂଘାଇ ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରଫେସର ସେନ ଡୋୟିନ କହିଛନ୍ତି ।